Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ସ୍ୱାମୀକୁ ହତ୍ୟା ପରେ ମୃତ ଶରୀରକୁ ଟାଙ୍ଗି ଆତ୍ମହତ୍ୟାର ରୂପ ଦେଲା ସ୍ତ୍ରୀ, ଅନ୍ତ୍ୟେଷ୍ଟି ବେଳେ ଖୁଲ୍ଲାସା କଲା ଝିଅ

16/07/2021 at 3:17 PM

ପୁଣେ ୧୬/୦୭: ପୁଣେ ନଗର ପୋଲିସ ଜଣେ ୩୪ ବର୍ଷୀୟା ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ କରିଛି । କେବଳ ସେତିକି ନୁହେଁ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ମାରିବା ପରେ ଆତ୍ମହତ୍ୟା କରାଯାଇଥିବା ନେଇ ମୃତ ଶରୀରକୁ ଟାଙ୍ଗି ରଚିଥିଲା ଷଡଯନ୍ତ୍ର । ତେବେ ଅନ୍ତ୍ୟେଷ୍ଟି ବେଳେ ସବୁ ଘଟଣାର ବା ଷଡଯନ୍ତ୍ରର ଖୁଲ୍ଲାସା କରିଥିଲା ନାବାଳିକା ଝିଅ ।

ମୃତକ ହେଉଛନ୍ତି ଗୁରୁୱର ପେଥ ନିବାସୀ ୩୬ ବର୍ଷୀୟ ଦୀପକ ବଲଭୀର ସୋନାର । ତେବେ ପୋଲିସ ଏହି ଘଟଣାରେ ତାଙ୍କ ପତ୍ନୀ ୩୪ ବର୍ଷୀୟା ରାଧିକା ଦୀପକ ସୋନାରକୁ ଅଟକ ରଖିଛି । ପୋଲିସ ସୂଚନାନୁସାରେ, ଦୀପକ ଜଣେ ଗୃହରକ୍ଷୀ ଭାବେ କାମ କରୁଥିଲେ । ସେ ତାଙ୍କ ପତ୍ନୀ ଏବଂ ଝିଅ ସହ ୱାଡାର ଗୁରୁୱାର ପେଠରେ ରହୁଥିଲେ । ତାଙ୍କ ପତ୍ନୀ ରାଧିକା ଏକ କପଡା ଦୋକାନରେ କାମ କରନ୍ତି । ତେବେ ଦୀପକ ସର୍ବଦା ମଦ୍ୟପାନ କରୁଥିଲେ ।

ଏହାସହ ତାଙ୍କ ପତ୍ନୀ ବିଳମ୍ବିତ ରାତିରେ ଘରକୁ ଆସୁଥିବାରୁ ସେ ତାଙ୍କ ଚରିତ୍ର ଉପରେ ସନ୍ଦେହ ମଧ୍ୟ କରୁଥିଲେ । ଫଳରେ ଦମ୍ପତିଙ୍କ ମଧ୍ୟରେ ବାରମ୍ବାର ଯୁକ୍ତିତର୍କ ଲାଗିରହେ । ଜୁଲାଇ ୧୨ ତାରିଖ ସୋମବାର ରାତିରେ ରାଧିକା କାମରୁ ଘରକୁ ଆସିବା ପରେ ସେମାନଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଆଉ ରାଗିଯାଇ ଦୀପକଙ୍କୁ ଏକ ବ୍ୟାଟ୍‌ରେ ପିଟି ପିଟି ହତ୍ୟା କରି ହତ୍ୟା କରିଥିଲେ ରାଧିକା ।

ଯେପରି ପୋଲିସର କୌଣସି ସନ୍ଦେହ ନହୁଏ ସେଥିପାଇଁ ତାଙ୍କ ଶରୀରକୁ ବାଥରୁମରେ ଟାଙ୍ଗି ଦେଇଥିଲେ । ଏହା ପରେ ରାଧିକା ଦୁଇ ଦିନ ଘରୁ ବାହାରୁ କୁଆଡେ ଚାଲିଯାଇଥିଲା । ୨ଦିନ ପରେ ଘରକୁ ଫେରି ନିଜ ସମ୍ପର୍କୀୟଙ୍କୁ ତାଙ୍କ ସ୍ୱାମୀ ଦୀପକ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାଇଥିଲେ । ପୋଲିସ ସୂଚନା ପାଇଁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସେସନ ଡାକ୍ତରଖାନାକୁ ପଠାଇଥିଲା ।

ହେଲେ ଦୀପକଙ୍କ ଅନ୍ତିମ ସଂସ୍କାର ସମୟରେ ତାଙ୍କ ଝିଅ ଯାହା କହିଥିଲା ତା ଶୁଣି ସମସ୍ତେ ହତବାକ୍ ହୋଇଯାଇଥିଲେ । ସେ ସମ୍ପର୍କୀୟମାନଙ୍କୁ କହିଥିଲେ ଯେ ତାଙ୍କ ମା ତାଙ୍କ ପିତାଙ୍କୁ ହତ୍ୟା କରିଛନ୍ତି । ଏହା ପରେ ସମ୍ପର୍କୀୟମାନେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଏହି ସୂଚନା ଆଧାରରେ ରାଧିକାଙ୍କୁ ଗିରଫ କରିଛି । ଖଡକ ପୋଲିସ ଷ୍ଟେସନ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

   Related Posts