ବାଣପୁରରେ ରଥ ମାଡିଯିବାରୁ ଗୁରୁତର ଆହତ ହୋଇଥିବା ବାଳକର ହସ୍ପିଟାଲରେ ମୃତ୍ୟୁ
4/07/2019 at 6:28 PM

ବାଲୁଗାଁ ୪|୭: ଯାଜପୁର କାଳିଆପାଣିରେ ରଥ ୧୧ କେଭି ତାର ସଂସ୍ପର୍ଶରେ ଆସିବାଯୋଗୁଁ ୨ଜଣଙ୍କ ମୃତ୍ୟ ହୋଇଥିବାବେଳେ ବାଣପୁରରେ ରଥ ଟଣାବେଳେ ମଧ୍ୟ ଘଟିଛି ଅଘଟଣ । ଜଣେ ବାଳଙ୍କ ଉପରେ ରଥ ମାଡିଯିବାରୁ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ବାଣପୁର ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
ଆହତ ବାଳକଙ୍କ ନାଁ ସୁନୀଲ କୁମାର ପାତ୍ର । ସେ ବାଣପୁର ପଲଟଣ ପଡିଆକୁ ରଥଯାତ୍ରା ଦେଖିବାକୁ ଆସିଥିଲେ। ତେବେ ରଥ ଟଣା ଆରମ୍ଭ ହେବାର କିଛି ସମୟ ପରେ ହୋଇଥିବା ଦୁର୍ଘଟଣାରେ ସୁନିଲ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱର ରେଫର କରାଯାଇଥିଲା।
Related Posts
କରୋନାରେ ଆକ୍ରାନ୍ତ ହେଲେ ପୂର୍ବତନ ବିଧାୟକ, ହସ୍ପିଟାଲରେ ଭର୍ତ୍ତି
20 April 2021