PUBG ନିଶା: ଜେଜେବାପାଙ୍କ ପେନ୍‌ସନ୍ ଖାତାରୁ ୨ ଲକ୍ଷ ୩୪ ହଜାର ଟଙ୍କା ଗାୟବ କରିଥିଲା ନାତି

Published By : Prameya-News7 Bureau | September 08, 2020 IST

ନୂଆଦିଲ୍ଲୀ ୦୮/୦୯ : ଦେଶର ରାଜଧାନୀ ଉତ୍ତର ଦିଲ୍ଲୀର ତିମାରପୁରରେ ଜଣେ ୧୫ ବର୍ଷୀୟ ନାବାଳକ ନିଜ ଜେଜେବାପାଙ୍କ ପେନସନ ଖାତାରୁ ଟଙ୍କା ଟ୍ରାନ୍ସଫର କରିଥିବା ଅଭିଯୋଗ ହୋଇଛି | ମୋବାଇଲ ଗେମ PUBG ର ପାଇଁ ଟଙ୍କା ଦେବାକୁ ନାବାଳକ ଜେଜେବାପାଙ୍କ ପେନସନ ଆକାଉଣ୍ଟରୁ ୨ ଲକ୍ଷ ୩୪ ହଜାର ଟଙ୍କା ଟ୍ରାନ୍ସଫର କରିଥିବା ସୂଚନା ମିଳିଛି | ନାବାଳକ ଏକ ଅନଲାଇନ ୱାଲେଟରେ ଟଙ୍କା ଟ୍ରାନ୍ସଫର ଜାରିଛି | ଦିଲ୍ଲୀ ପୋଲିସ ଗତ ସୋମବାର ଦିନ ଏଇ ମାମଲାର ଖୁଲାସା କରିଥିଲା | ଆକାଉଣ୍ଟରେ ଟଙ୍କା ଥିବା ନେଇ ଯାଞ୍ଚ ହୋଇଥିଲା | ଦିଲ୍ଲୀ ଦ୍ଵାରକା ପୋଲିସ ଅନୁଯାୟୀ, ଦୁଇ ମାସରେ ନାବାଳକ ନିଜର ୬୫ ବର୍ଷ ବୟସ୍କ ଜେଜେବାପାଙ୍କ ଆକାଉଣ୍ଟରୁ ୨ ଲକ୍ଷ ୩୪ ହଜାର ଟଙ୍କା ଟ୍ରାନ୍ସଫର କରିଥିଲା | ଯେତେବେଳେ ସେ ନିଜ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର ହୋଇଥିବା ନେଇ ସୂଚନା ପାଇଥିଲେ ସେ ପୋଲିସରେ ଅଭିଯୋଗ କରିଥିଲେ | ଏହାପରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା | କିନ୍ତୁ ନାବାଳକ PUBG ର ଅଧିକ କେଭାଲ ଯାଏଁ ପହଞ୍ଚିନଥିଲା | PUBG ର ହାଇ ଲେଭଲ ଯାଏଁ ପହଞ୍ଚିବା ପୂର୍ବରୁ ତା ଆକାଉଣ୍ଟ ହ୍ୟାକ ହୋଇଯାଇଥିଲା |

ମିଡ଼ିଆ ରିପୋର୍ଟ ଅନୁଯାୟୀ, ନାବାଳକ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବ ନାହିଁ | କାରଣ ତାଙ୍କ ଜେଜେବାପା ନିଜ ଅଭିଯୋଗ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି | ସୂଚନାଯୋଗ୍ୟ ଯେ, ମେ ୮ ତାରିଖରେ ନାବାଳକର ଜେଜେବାପାଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା | ମେସେଜରେ ତାଙ୍କ ଆକାଉଣ୍ଟରୁ ୨୫୦୦ ଟଙ୍କା ଡେବିଟ ହୋଇଥିବା ଲେଖାଯାଇଥିଲା | ୨୫୦୦ ଟଙ୍କା ଡେବିଟ ହେବାପରେ ତାଙ୍କ ଆକାଉଣ୍ଟରେ ଆଉ ମାତ୍ର ୨୭୫ ଟଙ୍କା ଥିଲା | ଏହାପରେ ସେ ଯେତେବେଳେ ଷ୍ଟେଟମେଣ୍ଟ ଚକେ କରିଥିଲେ ଜଣାପଡିଥିଲା ଯେ ଗତ ଦୁଇ ମାସରେ ତାଙ୍କ ଆକାଉଣ୍ଟରୁ ଏକ PayTM ଆକାଉଣ୍ଟକୁ ୨ ଲକ୍ଷ ୩୪ ହଜାର ଟଙ୍କା ଟ୍ରାନ୍ସଫର କରାଯାଇଛି |

ଏନେଇ ବୃଦ୍ଧ ପୋଲିସରେ ଅଭିଯୋଗ କରିଥିଲେ | ମାମଲାର ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା | ସେପ୍ଟେମ୍ବର ୧ ତାରିଖରେ ପୋଲିସ ମାମଲାକୁ ଜିଲ୍ଲା ସାଇବର ଶାଖାକୁ ସ୍ଥାନାନ୍ତର କରିଥିଲା | ଡିସିପି କହିଥିଲେ ଯେ ସେ ପେଟିଏମ ଖାତା ଧାରକଙ୍କ ସହ ଯୋଗାଯୋଗ କରିଥିଲେ | ଖାତା ଧାରକ କହିଥିଲେ ଯେ ତାଙ୍କ ନାବାଳକ ସାଙ୍ଗ ତାଙ୍କ ଠାରୁ ତାଙ୍କ ପେଟିଏମ ଆଇଡି ଓ ପାସୱାର୍ଡ଼ ମାଗିଥିଲେ | ତଦନ୍ତ ପରେ ଜଣାପଡିଥିଲା ନାବାଳକ ଅଭିଯୋଗକର୍ତ୍ତାଙ୍କ ନିଜ ନାତି | ଏହାପରେ ପଚରାଉଚୁରା ପରେ ମାମଲାର ଖୁଲାସା ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.