ବତକ ପାଇଁ ନାବାଳକକୁ ବିଷ ପିଆଇବା ଘଟଣା: ଖବର ପ୍ରସାରଣ ପରେ ଚେଇଁଲା ପୁଲିସ, ଅଭିଯୁକ୍ତକୁ ଗିରଫ କରି କଲା କୋର୍ଟ ଚାଲାଣ

Published By : Prameya-News7 Bureau | December 09, 2020 IST

ଭଦ୍ରକ ୦୯।୧୨: ଗୋଟିଏ ବତକ ହଜିବା ନେଇ ନାବାଳକକୁ ବିଷ ପିଆଇବା ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ବନ୍ତ ପୋଲିସ ଅଭିଯୁକ୍ତ ରବୀନ୍ଦ୍ର ନାୟକ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏହି ଘଟଣା ସଂପୂର୍ଣ୍ଣ ମିଛ  ବୋଲି ଅଭିଯୁକ୍ତ ସଫେଇ ଦେଇଛନ୍ତି। ହେଲେ ଅଭିଯୋଗ ସତ୍ଵେ ପୁଲିସ ପ୍ରଥମେ ଅଭିଯୁକ୍ତଙ୍କୁ ଗିରଫ କରିନଥିଲା। ଗଣମାଧ୍ୟମରେ ଖଦବ ପ୍ରସାରଣ ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ବନ୍ତ ଥାନା ବରପଦି ଗାଁର ରବୀନ୍ଦ୍ର ନାୟକଙ୍କ ଘରେ ସୁଶାନ୍ତ କାମ କରୁଥିଲେ। ସେ ତାଙ୍କ ଫାର୍ମ ହାଉସରେ ମଧ୍ୟ କେଉଁଝର ଜିଲ୍ଲାର ୯ ବର୍ଷ ବୟସ୍କ ସୁଶାନ୍ତ ଜେନାଙ୍କୁ କାମ କରାଉଥିଲେ । ସେହି ଫାର୍ମ ହାଉସର ଗୋଟିଏ ବତକ ହଜି ଯାଇଥିଲା । ବତକ ହଜି ଯିବାକୁ ନେଇ ସୁଶାନ୍ତଙ୍କୁ ମାଲିକ ରବୀନ୍ଦ୍ର ମଦ୍ୟପାନ କରି ପୋଖରୀକୁ ଫିଙ୍ଗି ଦେଇଥିଲେ । ପରେ ସୁଶାନ୍ତର ଚେତା ନଆସିବାରୁ ତାଙ୍କୁ ଘରକୁ ନେଇ ବିଷ ପିଆଇ ଦେଇଥିଲେ । ଗୁରୁତର ହେବାରୁ ବନ୍ତ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ସେ ଆଇସିୟୁରେ ଚିକିତ୍ସିତ ଅଛନ୍ତି । ଅଭିଯୁକ୍ତ ମାଲିକ ମଧ୍ୟ ନାବାଳକ ନିକଟରେ ରହିଛନ୍ତି ।

ତେବେ ଚାଇଲ୍ଡ ଲାଇନ ବନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତଥାପି ଅଭିଯୁକ୍ତକୁ ପୋଲିସ ଗିରଫ କରିନଥିଲା । ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବନ୍ତ ପୋଲିସ ଅଭିଯୁକ୍ତ ରବୀନ୍ଦ୍ର ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଅଭିଯୁକ୍ତ ସଫେଇ ଦେଇଛନ୍ତି ଯେ ଘଟଣା ସମ୍ପୁର୍ଣ ମିଛ । ନାବାଳକଙ୍କୁ ସେ ନିର୍ଯାତନା ଦେଇନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.