Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ନାବାଳିକାଙ୍କ ସାଥୀଙ୍କୁ ଟ୍ରେନରୁ ଫିଙ୍ଗି ନାବାଳିକାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କଲେ ୨ଯୁବକ : ଗିରଫ

2/06/2019 at 11:41 AM

ଲୁଧିୟାନା ୨/୬: ଟ୍ରେନରେ ଠିକାଦାରଙ୍କ ପାଖରେ ବଗି ସଫା କରୁଥିବା ଦୁଇଜଣ ଯୁବକଙ୍କୁ ଜଣେ ୧୫ବର୍ଷ ବୟସ୍କା ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ କରାଯାଇଛି। ଏହି ଘଟଣାରେ ନାବାଳିକାଙ୍କ ସହ ଟ୍ରେନରେ ଥିବା ସୁଭାଷ କୁମାର ନାମକ ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ସୁଭାଷ ପୋଲିସକୁ କହିଥିଲେ ଯେ ସେ ସୁନେତ ଗାଁର ଜଣେ ନାବାଳିକାଙ୍କୁ ବିବାହ କରିବା ଉଦ୍ଦେଶ୍ୟରେ ମଇ ୨୭ତାରିଖ ଦିନ ଘରୁ ନେଇ ପଳାଇ ଆସିଥିଲେ।
ଷ୍ଟେସନରେ ସୁଭାଷଙ୍କୁ ଟ୍ରେନ୍ ସଫା କରୁଥିବା ୨ଜଣ ଠିକା କର୍ମୀ ମାଡ଼ ମାରି ଟ୍ରେନ୍ ତଳକୁ ଫିଙ୍ଗି ଦେଇଥିଲେ ଏବଂ ନାବାଳିକାଙ୍କୁ ଅପହରଣ କରି ନେଇଥିଲେ। ପୋଲିସ୍ ବାକି ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପୀଡ଼ିତାଙ୍କୁ ବ୍ୟାସରୁ ଉଦ୍ଧାର କରିଥିଲେ। ପୀଡ଼ିତା ଜଣକ ନବମ ଶ୍ରେଣୀର ଛାତ୍ରୀ। ତଦନ୍ତରୁ ଜଣା ପଡ଼ିଥିଲା ଯେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିଲା। ଜଣେ ଅଭିଯୁକ୍ତ ତାଙ୍କୁ ୪ଦିନ ଯାଏଁ ନିଜ ଘରେ ବନ୍ଦୀ କରି ଅନୈତିକ ସମ୍ପର୍କ ସ୍ଥାପନ କରିଥିଲା।
ଅଭିଯୁକ୍ତ ସତନାମ ବ୍ୟାସ ରେଲଓ୍ବେ କଲୋନୀରେ ରୁହେ। ଆଉଜଣେ ଅଭିଯୁକ୍ତ ବିକ୍କି ବିବାହିତ ଏବଂ ପରିବାର ସହ ଲୁଧିଆନାରେ ରୁହେ। ସତନାମ ବିରୋଧରେ ପୂର୍ବରୁ ନିଶା ତସ୍କରର ମାମଲା ରହିଛି।

   Related Posts