Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁ: ନ୍ୟାୟ ପାଇଁ ବର୍ଷାରେ ୧୫ କି.ମି ଚାଲିଲେ ମହିଳା

15/06/2020 at 5:43 PM

ଆନନ୍ଦପୁର୧୫/୬: ଗାଁର ଜଣେ ନାବାଳକ ମୃତଦେହ ଆମ୍ବତୋଟାରୁ ମିଳିବା ଘଟଣାରେ ଅପମୃତ୍ୟୁ ମାମଲା ରୁଜୁ କରି ହାତବାନ୍ଧି ବସିଛି ପୋଲିସ୍। ନାବାଳକୁ ହତ୍ୟା କରାଯାଇଥିବା ପାରିପାର୍ଶ୍ବିକ ଅବସ୍ଥାରରୁ ଜଣା ପଡୁଥିବା ବେଳେ ପୋଲିସ୍‌ର ନୀରବତା ବିରୋଧରେ ତାତିଛନ୍ତି ଗାଁର ମହିଳା। ଏହି ଘଟଣାର ସଠିକ୍ ତଦନ୍ତ ଦାବିରେ ଗାଁର ଶତାଧିକ ମହିଳା ବର୍ଷାରେ ଭିଜିଭିଜି ଦୀର୍ଘ ୧୫ଟି କିମି ବାଟ ଚାଲିକରି ଆସି ଥାନା ଘେରାଉ କରିଛନ୍ତି।

ଚଳିତ ମାସ ୯ ତାରିଖ ମଙ୍ଗଳ ବାର , ସମୟ ପାଖାପାଖି ରାତି ୮ଟା ୩୦ ମିନିଟ୍‌ରେ ଆନନ୍ଦପୁର ଥାନା ଖଡିାପଳ ଗାଁରେ ନିଜ ଭଉଣୀ ଘରେ ରହି ପାଠ ପଢୁଥିବା ନାବାଳକ ଜିତେନ୍ଦ୍ର ନାୟକ ମୋବାଇଲ୍ କୁ ଏକ କଲ୍ ଆସିଥିଲା। କିଛି କଥା ହୋଇ ସେ ଘରୁ ବାହାରକୁ ପଳାଇଥିଲା। ତହିଁ ଆରଦିନ ତାର ମୃତଦେହ ଗାଁ ଆମ୍ବତୋଟାରୁ ମିଳିଥିଲା। ମୃତ ନାବାଳକ ପିନ୍ଧିଥିବା ଗଞ୍ଜିର ଗୋଟିଏ ଫାଳ ଜିତେନ୍ଦ୍ର ବେକରେ ଲାଗିଥିବା ବେଳେ ଅନ୍ୟ ଫାଳଟି ଆମ୍ବଗଛରେ ଝୁଲୁଥିଲା। ଏହି ଘଟଣାରେ ପୋଲିସ୍ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ କରାଇ ଏକ ଅପମୃତ୍ୟୁ ମାମଲା କରି ଚୁପ୍‌ ହୋଇ ବସିଛି। ଗାଁ ଲୋକେ ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି।

ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୋଲିସ୍‌ର ନିରବତା ବିରୋଧରେ ଆଜି ଗାଁର ଶତାଧିକ ମହିଳା ଦୀର୍ଘ ୧୫ କିମି ବର୍ଷାରେ ଚାଲିଚାଲି ଆନନ୍ଦପୁର ଥାନାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତୁରନ୍ତ ଏ ଦିଗରେ ସଠିକ୍‌ ତଦନ୍ତ କରି ଜିତେନ୍ଦ୍ର ମୃତ୍ୟୁର ରହସ୍ୟ ଉନ୍ମୋଚନ କରିବାକୁ ଦାବି କରିଛନ୍ତି ଗାଁ ଲୋକେ। ସେପଟେ ଆନନ୍ଦପୁର ଥାନା ଆଇଆଇସି କହୁଛନ୍ତି ଛୁଟି ଥିବାରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ବିଳମ୍ବ ଯୋଗୁଁ ତଦନ୍ତ ଅଗ୍ରଗତି ହୋଇ ପାରିନାହିଁ । ଏହାସହ ମୃତ ନାବାଳକ ଶେଷଥର ରିସିଭ୍ କରିଥିବା ଫୋନ୍ କଲ ସଂପର୍କରେ କାହିଁକି ଯାଞ୍ଚ କରୁ ନାହିଁ ବୋଲି ପ୍ରଶ୍ନ ଉଠିଛି। ମୃତ୍ୟୁକୁ ଏତେ ଦିନ ବିତି ଯାଇଥିଲେ ମଧ୍ୟ ପ୍ରକୃତ ଦୋଷୀ କାହିଁକି ଗିରଫ କରାଯାଉ ନାହିଁ, ଏ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି।

   Related Posts