Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||
  • ଭୁବନେଶ୍ବର : ହୋଟେଲ୍ ଓ ରେଷ୍ଟୁରାଣ୍ଟକୁ BMCର କଡା ନିର୍ଦ୍ଦେଶ, ୭ ଦିନ ଭିତରେ ଦୋକାନ ସମ୍ମୁଖରେ ଲଗାଅ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୩ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୪୩ କୋଭିଡ୍ ସଂକ୍ରମିତ, ୩୩୩୮୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କ୍ରେଡିଟ କାର୍ଡରୁ ଟିକେଟ କରି ଘର ଛାଡି ପଳାଇଯାଉଥିଲେ ନାବାଳକ: କଣ ହେଲା ଜାଣନ୍ତୁ ପୁରା ଘଟଣା …

25/11/2018 at 5:40 PM

ଫରିଦାବାଦ ୨୫/୧୧ : ଫରିଦାବାଦ ସେକ୍ଟର-୩ରେ ଜଣେ ୧୨ ବର୍ଷ ବାଳକ ରାଗିଯାଇ ଘର ଛାଡି ପଲାଇଛନ୍ତି | ସେତେବେଳେ ବାଳକଙ୍କ ବାପା ଇମ୍ତିଆଜ ଅଲ୍ଲୀ ପତ୍ନୀଙ୍କ ସହ ବାହାରକୁ ଯାଇଥିଲେ | ସନ୍ଧ୍ୟାରେ ସେ ଘରକୁ ଫେରି ଦେଖିଲେ ପୁଅ ଘରେ ନାହିଁ | ବହୁ ଖୋଜାଖୋଜି ପରେ ମଧ୍ୟ ନପାଇବାରୁ ଶେଷରେ ପୁଅ ନିଖୋଜ ଥିବା ନେଇ ପୋଲିସରେ ଖବର ଦେଇଥିଲେ | ସମସ୍ତ ବନ୍ଧୁ ପରିଜନଙ୍କୁ ଫୋନ କରି ମଧ୍ୟ ବୁଝିଲେ ତଥାପି ପୁଅର କୌଣସି ପତ୍ତା ମିଳିନଥିଲା |

କିଛି ସମୟ ପରେ ଇମ୍ତିଆଜ ଅଲ୍ଲୀଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା | ତାଙ୍କ କ୍ରେଡିଟ କାର୍ଡରୁ ବାଙ୍ଗାଲୁରୁ ଯିବା ପାଇଁ ଫ୍ଲାଇଟ ଟିକେଟ କିଣା ହୋଇଥିବା ନେଇ ଫୋନକୁ ମେସେଜ ଆସିଥିଲା | ତେବେ କିଛି ସମୟ ପରେ ହିଁ ଫ୍ଲାଇଟ ବାଙ୍ଗାଲୁରୁ ପାଇଁ ବାହାରିବାର ଥିଲା | ସଂଗେସଂଗେ ବାପା ପୋଲିସକୁ ଫୋନ କରି ଫ୍ଲାଇଟକୁ ରୋକିବା ପାଇଁ ନିବେଦନ କରିଥିଲେ |

ତେବେ ବାପା ପୁଅକୁ ବୁଝେଇ ଶୁଝେଇ କେମିତି ଘରକୁ ଆଣିଥିଲେ ଜଣାନ୍ତୁ ପୁରା କାହାଣୀ :
୨୩ ତାରିଖ ଦିନ ଇମ୍ତିଆଜ ଅଲ୍ଲୀ ପତ୍ନୀଙ୍କୁ ନେଇ ମାର୍କେଟ ଯାଇଥିଲେ | ପ୍ରାୟ ଘଣ୍ଟେ ପରେ ଯେତେବେଳେ ଘରକୁ ଫେରିଲେ ୧୨ ବର୍ଷ ବୟସ୍କ ପୁଅ ଆଦିଲ ଘରେ ନଥିଲେ | ଉଭୟ ବାପା ମା ଆଦିଲର ସାଙ୍ଗ ସହପାଠୀ ଠୁ ଆରମ୍ଭ କରି ବନ୍ଧୁ ପରିଜନଙ୍କୁ ଫୋନ କରି ପଚାରି ବୁଝିଥିଲେ କାଳେ ପୁଅ ସେଠାକୁ ଯାଇଥିବା | ହେଲେ ଆଦିଲ କେଉଁଠି ମଧ୍ୟ ନଥିଲେ | ତେବେ ପାଖ ପଡୋଶୀର କିଛି ଲୋକ ଆଦିଲକୁ ସାଇକେଲରେ ଯିବା ଦେଖିଥିଲେ | ସେମାନେ କହିଥିଲେ ଯେ, ଆଦିଲ କାନ୍ଧରେ ବ୍ୟାଗ ମଧ୍ୟ ଧରିଥିଲା | ଇମ୍ତିଆଜ ଅଲ୍ଲୀ ଘରକୁ ଆସି ଦେଖିଲେ ଘରେ ବ୍ୟାଗ ଏବଂ ସାଇକେଲ ନାହିଁ | ତେବେ ବାପା ପତା କାଳେ ପୁଅ କଣ କଣ ସବୁ ଘରୁ ନେଇକି ଯାଇଛି | ଆଦିଲ ନିଜ ସହ ନିଜର ଆଧାର କାର୍ଡ ଏବଂ ମାଙ୍କ କ୍ରେଡିଟ କାର୍ଡ ସାଙ୍ଗରେ ନେଇଯାଇଥିବା ଜାଣିବାକୁ ପାଇଲେ |

ସନ୍ଧ୍ୟା ସମୟରେ ଆଗ୍ରା କେନାଲ ପାଖେ ଆଦିଲର ସାଇକେଲ ମିଳିଥିଲା | ସାଇକେଲ ଦେଖି ବାପା ମା ଅଧିକ ଡରି ଯାଇଥିଲେ | ସେତିକିବେଲେ ବାପାଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା | ମେସେଜରୁ ଜଣାପଡିଥିଲା ଯେ, ଆଦିଲ ଦିଲ୍ଲୀ ଟର୍ମିନାଲ-୩ ରୁ ମାଙ୍କ କ୍ରେଡିଟ କାର୍ଡରୁ ଦିଲ୍ଲୀରୁ ବାଙ୍ଗାଲୁରୁ ପର୍ଯ୍ୟନ୍ତ ଏକ ଫ୍ଲାଇଟ ଟିକେଟ ବୁକ କରିଛନ୍ତି |

ମେସେଜ ପଢିବା କ୍ଷଣି ଇମ୍ତିଆଜ ଅଲ୍ଲୀ ମେସେଜଟିକୁ ଥାନା ଅଧିକାରୀଙ୍କୁ ପଠାଇ ଦେଇଥିଲେ | ମେସେଜ ପାଇ ପୋଲିସ ଅଧିକାରୀ ଏୟାରଲାଇନ୍ସ କୁ ଫୋନ କରି କହିଥିଲେ ଯେ, ଆଦିଲ ରାଗିଯାଇ ଘର ଛାଡି ପଳାଇ ଆସିଛି ଏବଂ ତାକୁ ଫ୍ଲାଇଟରେ ନ ନିଆଯାଉ | ପୋଲିସ କର୍ମଚାରୀଙ୍କ କଥା ରକ୍ଷା କରି ଏୟାରଲାଇନ୍ସ କର୍ମଚାରୀ ଆଦିଲକୁ ଯିବାକୁ ଦେଲେନାହିଁ | ଏହାପରେ ଆଦିଲଙ୍କ ବାପା ମା ପୋଲିସ କର୍ମଚାରୀଙ୍କୁ ଧରି ଏୟାରପୋର୍ଟରେ ପହଂଚିଥିଲେ | ସେଠାରେ ସେମାନେ ଆଦିଲକୁ ବୁଝାଇ ସୁଝାଇ ଘରକୁ ଫେରାଇ ଆଣିଥିଲେ |

   Related Posts