ସଂକୀର୍ତ୍ତନ ଦେଖିବାକୁ ଯାଇଥିବା ନାବାଳକ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଫେରିଲେ ଘରକୁ

Published By : Prameya-News7 Bureau | February 11, 2019 IST

ଝାରସୁଗୁଡା ୧୧|୨:  ଝାରସୁଗୁଡା ସହର ନିକଟବର୍ତ୍ତୀ ଚିଠୁଆପଡ଼ାରେ ଜଣେ ନାବାଳକକୁ କେହି ଦୁର୍ବୃତ୍ତ ପୋଡ଼ିଦେଇଥିବା ଅଭିଯୋଗ ହୋଇଛି । ଅର୍ଦ୍ଧଦଗ୍ଧ ଅବସ୍ଥାରେ ନାବାଳକ ଜଣକ ଘରକୁ ଫେରିବା ସତ୍ତ୍ବେ କିଭଳି ଘଟିଛି ଘଟଣା ତାହା ସେ କହି ପାରୁନାହିଁ । ଗୁରୁତର ଥିବା ଏହି ନାବାଳକକୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ତା ଶରୀରର ୯୦ ପ୍ରତିଶତ ଅଂଶ ପୋଡିଯାଇଥିବାରୁ ତାକୁ ଡାକ୍ତର ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି।

{"id":84052}

ସୂଚନା ଅନୁସାରେ ଗତ ରାତିରେ ଗାଁରେ ଚାଲିଥିବା ସଂକୀର୍ତ୍ତନ ଦେଖିବାକୁ ଯାଇଥିଲେ ୧୩ବର୍ଷ ବୟସ୍କ ଅକ୍ଷୟ ଓରାମ । ସେ ଆଜି ଭୋର ସାଢ଼େ ୪ଟା ସମୟରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଘରକୁ ଫେରିଥିଲେ । ପରିବାର ଲୋକେ ପୁଅର ଏଭଳି ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲକୁ ନେଇଯାଇଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ଝାରସୁଗୁଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.