ଦୁଇ ଦିନ ଧରି ଫଶି ରହିବା ପରେ ପାଣିଟାଙ୍କିରୁ ନାବାଳକ ଉଦ୍ଧାର

Published By : Prameya-News7 Bureau | August 29, 2019 IST

ରାଉରକେଲା ୨୯୮: ଦୁଇ ଦିନ ଧରି ଫଶି ରହିବା ପରେ ପାଣିଟାଙ୍କି ଭିତରୁ ନାବାଳକ ଉଦ୍ଧାର ହୋଇଛି । ବଡ ଧରଣର ଅଘଟଣରୁ ବଞ୍ଚି ଯାଇଛି ନାବାଳକ । ରାଉରକେଲା ରେଲୱେ କଲୋନୀରେ ଥିବା ପାଣିଟାଙ୍କିରେ ନାବାଳକ ଜଣକ ଫଶି ରହି ଯାଇଥିଲା । ଦୁଇ ଦିନ ଧରି ସେ ନିଖୋଜ ଥିଲା ।

ତେବେ ପାଣିଟାଙ୍କି ଭିତରୁ କିଛି ଶବ୍ଦ ଆବାଜ ଆସୁଥିବା ଶୁଣି କିଛି ସ୍ଥାନୀୟ ଲୋକ ଚଢି ଦେଖିଥିଲେ । ରେଲୱେ ଅଧିକାରୀଙ୍କୁ ଖବର ଦିଆଯାଇଥିଲା । ଏହାପରେ ରେଲୱେ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ନାବାଳକକୁ ଉଦ୍ଧାର କରାଯାଇଥିଲା। ପାରା ଧରିବାକୁ ସେକ୍ଟର-ବି ରେ ଥିବା ପାଣିଟାଙ୍କି ଉପରେ ସ୍ଥାନୀୟ ଅଞ୍ଚଳର ଏହି ନାବାଳକ ଚଢିଥିଲା ।

ଏହାପରେ କୌଣସି କାରଣରୁ ସେ ପାଣି ଟାଙ୍କି ଭିତରେ ଖସି ପଡିଥିଲା । ଏହା ଏକ ବିଶାଳ ଟାଙ୍କି। ଯଦି ଟାଙ୍କିଟି ସମ୍ପୂର୍ଣ ରୂପେ ପାଣି ଭରି ଥାନ୍ତା ତେବେ କୌଣସି ଅଘଟଣ ଘଟିବାର ଆଶଙ୍କା ଥିଲା। ତେବେ ପ୍ରଶ୍ନ ଉଠୁଛି ପାଣି ଟାଙ୍କି ଦାୟିତ୍ୱରେ ଥିବା କର୍ମଚାରୀ ପ୍ରତ୍ୟେକ ଦିନ ପାଣି ଭର୍ତ୍ତି କରୁଥିବା ବେଳେ ଏହା ଜାଣିପାରିନଥିଲେ କିଭଳି ? ଟାଙ୍କି ଭିତରକୁ ଯିବା ପାଇଁ ବାଟ ଖୋଲା ରଖାଯାଇଥିଲା କାହିଁକି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.