ନିର୍ଯାତନା ସହି ନପାରି ସେବାଶ୍ରମରୁ ଖସି ପଳାଇଥିଲେ ୨ ନାବାଳକ, ଉଦ୍ଧାର କଲା ପୋଲିସ

Published By : Prameya-News7 Bureau | July 14, 2021 IST

ସୋର ୧୪।୭: ନିର୍ଯାତନା ସହି ନପାରି ବିଳମ୍ବିତ ରାତିରେ ସେବାଶ୍ରମରୁ ଖସି ପଳାଇଲେ ଦୁଇ ନାବାଳକ । ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ଖରାସାହାପୁର ପଞ୍ଚାୟତ ଆଳଦା ଗ୍ରାମରେ ଥିବା ମଲ୍ଲିକା ସେବାଶ୍ରମରୁ ଦୁଇ ଜଣ ନାବାଳକ ଖସିଯାଇଥିଲେ ।

ସେବାଶ୍ରମ କର୍ତ୍ତୃପକ୍ଷ ଅନ୍ତେବାସୀଙ୍କୁ ବାଲି, ସିମେଣ୍ଟ ଓ ଗୋବର ଗୋଟାଇବା କାମ କରିବାକୁ ଦେଉଥିଲେ । କାମ ନକଲେ ନାବାଳକଙ୍କୁ ସେବାଶ୍ରମ କର୍ତ୍ତୃପକ୍ଷ ମାଡ ଦେଉଥିବା ଉଦ୍ଧାର ଦୁଇ ନାବାଳକ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଗୋପାଳପୁର ବଜାରରୁ ପାଟ୍ରୋଲିଂ କରୁଥିବା ପୋଲିସ ଦ୍ବାରା ଉଭୟ ନାବାଳକ ଉଦ୍ଧାର । ଆଶ୍ରମରେ ନିର୍ଯାତନା ଦିଆଯାଉଥିବାକୁ ବିରୋଧ କରି ପ୍ରଶାସନକୁ ଅଭିଯୋଗ କରିବା ପାଇଁ ରାତିରେ ୧୦ କିଲୋମିଟର ଚାଲି ଚାଲି ଆସୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.