୫ ବର୍ଷ ପରେ ଅପହୃତ ନାବାଳକ ଉଦ୍ଧାର, ୨ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | August 06, 2019 IST

ରାଉରକେଲା ୬|୮: ୫ ବର୍ଷ ପରେ ଅପହୃତ ନାବାଳକ ଉଦ୍ଧାର । ରାଉରକେଲା ସେକ୍ଟର-୧ ଆରଏସପି କ୍ବାର୍ଟର ନଂ- ବି/୪୯ରୁ ଉଦ୍ଧାର କଲା ସେକ୍ଟର-୩ ପୋଲିସ । ଏହି ଘଟଣାରେ ପୋଲିସ ପ୍ରଭାତ ପଣ୍ଡା ଓ କିରଣ ଜିତ୍ ଚକ୍ରବର୍ତ୍ତୀ ନାମକ ୨ ଜଣ ଯୁବକଙ୍କୁ ଗିରଫ କରିଛି ।

{"id":141329}

୫ ବର୍ଷ ପୂର୍ବରୁ ରାଉରକେଲା ରେଳ ଷ୍ଟେସନରୁ ନିଖୋଜ ହୋଇଥିଲା ନାବାଳକ । ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ନିଖୋଜ ନାବାଳକ ପ୍ଲାଣ୍ଟ ସାଇଡ୍ ଥାନା ଗୋପବନ୍ଧୁପଲ୍ଲୀ ଅଞ୍ଚଳର ।

{"id":141330}

ନାବାଳକକୁ ଉଦ୍ଧାର ପରେ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି । କାଉନସେଲିଂ ପରେ ନାବାଳକକୁ ପରିବାରକୁ ହସ୍ତାନ୍ତର କରାଯିବ । ନାବାଳକକୁ ଅପହରଣ କରି ଅଭିଯୁକ୍ତମାନେ କୁକୁରମାନଙ୍କ କାମରେ ନିୟୋଜିତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.