୭ ବର୍ଷ ବୟସ୍କ ବାଳକକୁ ଦୁଷ୍କର୍ମ କରି ଜଣେ ୩୬ ବର୍ଷ ବୟସ୍କ ମହିଳା ହେଲେ ଗିରଫ

Published By : Prameya-News7 Bureau | February 11, 2019 IST

ମାଲାପ୍ପୁରମ ୧୧/୨- ମହିଳାଙ୍କୁ ଦୁଷ୍କର୍ମ କରିବା କଥା ଶୁଣିଥିଲେ, ହେଲେ ମହିଳା ପୁରୁଷଙ୍କୁ ପୁଣି ଜଣେ ୭ ବର୍ଷ ବୟସ୍କ ନାବାଳକକୁ ଦୁଷ୍କର୍ମ କରିବା କଥା ଶୁଣିବେ ତ ମୁଣ୍ଡ ଚକ୍କର ଖାଇଯିବ ।

ଏହିଭଳି ଘଟଣା କେରଳର ମାଲାପ୍ପୁରମ ଅଂଚଳରେ ଘଟିଛି । ଜଣେ ନାବାଳକକୁ ଦୁଷ୍କର୍ମ କରିବା ଅଭିଯୋଗରେ ୩୬ ବର୍ଷ ବୟସ୍କ ମହିଳାଙ୍କ ନାଁରେ ମାମଲା ରୁଜୁ କରିଛି ପୋଲସ ।

 ପୀଡ଼ିତ ନାବାଳକ ଚିକିତ୍ସା ପାଇଁ କ୍ଲିନିକକୁ ଯାଇଥିବା ସମୟରେ ଏହି ଘଟଣାର ଘଟିଥିଲା ପର୍ଦ୍ଦାଫାଶ । ୭ ବର୍ଷର ନାବାଳକ ମହିଳାଙ୍କ ଦ୍ଵାରା ଦୁଷ୍କର୍ମର ଶିକାର ହୋଇଥିଲେ । ଏହାଦ୍ଵାରା ଶାରୀରିକ ଓ ମାନସିକଭାବେ  ଆକ୍ରାନ୍ତ କଥା ଚାଇଲ୍ଡ଼ ହେଲ୍ପ ଲାଇନ ତରଫରୁ ମାମଲା ରହୁଜୁ କରାଯାଇଛି ।

ଚିକିତ୍ସା ହେବାକୁ ଯାଇଥିବା କ୍ଲିନିକ ଏହି ଘଟଣା ବାବଦରେ ଚାଇଲ୍ଡ଼ ହେଲ୍ପ ଲାଇନକୁ ଜଣାଇଥିଲେ । ଚାଇଲ୍ଡ଼ ହେଲ୍ପ ଲାଇନ ନାବାଳକଙ୍କ ଠାରୁ ଏହି ଘଟଣାର ଭିଡ଼ିଓ ରେକର୍ଡ଼ିଂ କରିଥିଲା । ତା ପରେ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ହେଲ୍ପ ଲାଇନ ।  

 

ଘଟଣାରୁ ଜଣାଯାଇଛି, ମହିଳା ଜଣକ ନାବାଳକଙ୍କୁ ବର୍ଷେ ହେଲା ଏହି ଦୁଷ୍କର୍ମରେ ସାମିଲ କରି ରଖିଥିଲେ । ପୋଲିସ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରି ଉଭୟ ମହିଳା ଓ ନାବାଳକଙ୍କୁ ଡ଼ାକ୍ତରୀମାଇନା ପାଇଁ ପଠାଇଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.