ରାଉରକେଲାରେ ୪ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କଲା ୭ମ ଶ୍ରେଣୀରେ ପଢୁଥିବା ନାବାଳକ
3/01/2019 at 4:54 PM

ରାଉରକେଲା ୩|୧: ରାଉରକେଲାରେ ପୁଣି ଏକ ଲଜ୍ଜା ଜନକ ଘଟଣା ଘଟିଛି । ୭ମ ଶ୍ରେଣୀରେ ପଢୁଥିବା ଜଣେ ନବାଳକ ୪ ବର୍ଷ ବୟସର ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତକାଲି ଅପରାହ୍ନ ଚାରିଟାବେଳେ ବନ୍ଧମୁଣ୍ଡା ବି. ସେକ୍ଟର ବଗଦା ବସ୍ତିରେ ଏହି ଅଭାବନୀୟ ଘଟଣା ଘଟିଛି । ବନ୍ଧମୁଣ୍ଡା ଥାନାରେ ପିଜୀତା ନାବାଳିାଙ୍କ ପରିବାର ଲୋକଙ୍କ ଲିଖିତ ଅଭିଯୋଗ ପରେ ଅଭିଯୁକ୍ତ ନାବାଳକ ଓ ତା ମା ବାପାଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି ।

ସୂଚନାଯୋଗ୍ୟ ଯେ, ପିଡୀତା ନାବାଳିକା ଏବଂ ଦୁଷ୍କର୍ମ କରିଥିବା ନାବାଳକ ଗୋଟିଏ ବସ୍ତିର । ନାବାଳିକା ଗତକାଲି ଅପରାହ୍ନ ୪ଟା ବେଳେ ବାହାରେ ଖେଳୁଥିବାବେଳେ ଅଭିଯୁକ୍ତ ତାକୁ ଏକ ନିଛଟିଆ ଯାଗାକୁ ନେଇ ଦୁଷ୍କର୍ମ କରିଥିଲା । ଘରକୁ ଫେରିବା ପରେ ନାବାଳିକା ତା ପରିବର ଲୋକଙ୍କୁ ସବୁ କଥା କହିଥିଲା । ଫଳରେ ନାବାଳିକର ପରିବାର ନାବାଳକ ଘରକୁ ଯାଇ ନାବାଳକର ବାପା ମା କୁ ସବୁ କଥା ଜଣାଇଥିଲେ । ଅଭିଯୁକ୍ତ ନବାଳକକୁ ତାଗିଦ ମଧ୍ୟ କରିଥିଲେ ।ଅଭିଯୁକ୍ତର ବାପା ରେଳବାଇରେ କାମ କରନ୍ତି । ତେବେ ଏତେ କମ ବୟସରୁ ନାବାଳକ ଏଭଳି ଜଘଣ୍ୟ ଅପରାଧ କରିଥିବାରୁ ତାକୁ ଉଚିତ ଶାସ୍ତୀ ଦେବା ପାଇଁ ପିଡୀତାଙ୍କ ପରିବାର ଆଜି ଦିନ ୧୧ଟା ବେଳେ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ ।
ଫଳରେ ପୋଲିସ ନାବାଳକ ଏବଂ ତାର ବାପା ଓ ମାଙ୍କୁ ଥାନକୁ ଆଣି ଅଟକ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ପିଡୀତା ନାବାଳିକର ଡାକ୍ତରୀମାଇନା କରାଯାଇଛି ।