୫ବର୍ଷର ନାବାଳିକାଙ୍କୁ ୧୫ବର୍ଷର ନାବାଳକ କଲା ଦୁଷ୍କର୍ମ

Published By : Prameya-News7 Bureau | July 07, 2019 IST

ଉଦୟପୁର ୭|୭: ୫ବର୍ଷର ନାବାଳିକାଙ୍କୁ ୧୫ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଉଦୟପୁର ଜିଲ୍ଲାର ଆଓ୍ବାଗଡ ଥାନା ଅଞ୍ଚଳରେ ଏକ ଗାଁରେ ଶନିବାର ନାବାଳିକାଙ୍କ ସହ ସେହି ଗାଁର ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ପୀଡିତା ନାବାଳିକା ସନ୍ଧ୍ୟା ସମୟରେ ଘର ବାହାରେ ଖେଳୁଥିଲେ । ସେହି ସମୟରେ ଗାଁର ଜଣେ ନାବାଳକ ତାଙ୍କୁ ଖଜୁରୀ ଦେବା ବାହାନାରେ ଗାଁ ବାହାରକୁ ନେଇଯାଇଥିଲେ । ସେଠାରେ ନାବାଳକ ଜଣଙ୍କ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ । ପ୍ରାୟ ଏକ ଘଣ୍ଟା ପରେ  ନାବାଳିକା ଜଣଙ୍କ ଘରକୁ ଫେରିଥିଲେ । ଘରକୁ ଫେରିବା ପରେ ନାବାଳିକାଙ୍କ ଅବସ୍ଥା ଦେଖି ଘରଲୋକେ ହତବାକ୍ ହୋଇଯାଇଥିଲେ ।

ପରିବାରଲୋକ ପଚାରିବା ପରେ ଘଟଣା ସଂପର୍କରେ ନାବାଳିକା ଜଣଙ୍କ ସବୁ କହିଥିଲେ । ଘଟଣା ସଂପର୍କରେ ଜାଣିବା ପରେ ପରିବାରଲୋକ ନାବାଳିକାଙ୍କୁ ଅବାଗଡ ଥାନାକୁ ନେଇଯାଇଥିଲେ ।  ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ଘଟଣା ପରେ ଅଭିଯୁକ୍ତ ନାବାଳକ ଫେରାର ହୋଇଯାଇଛି । ନାବାଳିକାଙ୍କୁ ବୟାନ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.