ରାଜଧାନୀରେ ନାବାଳକଙ୍କୁ ନିର୍ମମ ହତ୍ୟା: ୨ ଗିରଫ, ନ୍ୟାୟ ଦାବିରେ ହସ୍ପିଟାଲ ସମ୍ମୁଖରେ ପରିବାର ଲୋକଙ୍କ ଧାରଣା

Published By : Prameya-News7 Bureau | September 09, 2020 IST

ଭୁବନେଶ୍ଵର ୦୯।୦୯: ରାଜଧାନୀରେ ନାବାଳକଙ୍କୁ ନିର୍ମମ ହତ୍ୟା ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ୨ ଅଟକ। ଭରତପୁର ଅଞ୍ଚଳର ୧୪ ବର୍ଷୀୟ ଅଶ୍ଵିନୀ ପାଢୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ଗତ ୨ ତାରିଖ ଦିନ ପୂର୍ବ ଝଗଡାକୁ ନେଇ ଅଶ୍ଵିନୀଙ୍କୁ ୪ ଜଣ ଦୁର୍ବୃତ୍ତ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଅଶ୍ଵିନୀଙ୍କର ମୃତ୍ୟୁ ହୋଇଛି। ନ୍ୟାୟ ଦାବିରେ ପରିବାର ଲୋକ ହସ୍ପିଟାଲ ସମ୍ମୁଖରେ ବସିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.