ଗଛରେ ବାନ୍ଧି ୧୨ ବର୍ଷର ବାଳକକୁ ପିଟି ପିଟି ନିର୍ମମ ହତ୍ୟା
19/12/2018 at 10:24 AM

ବଡବିଲ ୧୯|୧୨: ଗଛରେ ବାନ୍ଧି ୧୨ବର୍ଷର ବାଳକକୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଯୋଡା ଥାନା ଲହଣ୍ଡା କଳାପାହାଡ ନିକଟରେ ଘଟିଛି ଏଭଳି ଅଘଟଣ । ମୃତ ନାବାଳକ ହେଲେ ଲହଣ୍ଡା ଗାଁ ସୁନିଆ ମୁଣ୍ଡାଙ୍କ ପୁଅ ଚନ୍ଦନ ମୁଣ୍ଡା ।
ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ୨ ସାଙ୍ଗଙ୍କ ସହ ଚନ୍ଦନ ମାଂସ ଆଣିବାକୁ ବଜାରକୁ ଯାଇଥିଲେ । ଘରକୁ ଆସିବାରେ ବିଳମ୍ବ ହେବାରୁ ଘର ଲୋକେ ଖୋଜାଖୋଜି କରିଥିଲେ । ତେବେ ମୁର୍ମୂଷୁ ଅବସ୍ଥାରେ ପାହାଡ ନିକଟ ଗଛରୁ ଉଦ୍ଧାର କରିଥିଲେ ପରିବାରଲୋକ । ଚମ୍ପୁଆ ଡାକ୍ତରଖାନାକୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟାକଲା ତାହା ଜଣାପଡିନାହିଁ । ଏନେଇ ଯୋଡା ଥାନାରେ ଅଭିଯୋଗ କରିଛନ୍ତି ପରିବାରଲୋକ । ଯୋଡା ପୋଲିସର ତଦନ୍ତ ଆରମ୍ଭ ।