ବନ୍ୟା ପାଣି ଦେଖିବା ବେଳେ ଖସିଗଲା ଗୋଡ, ଉଦ୍ଧାର ହେଲା ନାବାଳକଙ୍କ ମୃତଦେହ

Published By : Prameya-News7 Bureau | August 29, 2020 IST

ଭୁବନ ୨୯।୮: ବ୍ରାହ୍ମଣୀ ନଦୀର ବନ୍ୟା ସ୍ଥିତି । ଭୁବନ ଏନଏସିର ଜଣେ ନାବାଳକ ବନ୍ୟା ପାଣିରେ ବୁଡିଯାଇଥିବା ବେଳେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।

ବ୍ରାହ୍ମଣୀ ନଦୀରେ ଆସିଥିବା ବନ୍ୟା ଢେଙ୍କାନାଳ ଜିଲ୍ଲା ଭୁବନର ଜୟପୁର ଓ ଭୁବନ ବିଜ୍ଞାପିତ ପରିଷଦର ବୁଧେଶ୍ବର ମନ୍ଦିର ଅଞ୍ଚଳ ଜଳବନ୍ଦୀ ହୋଇଯାଇଛି । ବନ୍ୟା ପାଣି ଦେଖିବାକୁ ସାଙ୍ଗମାନଙ୍କ ସହ ଯାଇଥିବା ଜଣେ ୧୭ବର୍ଷର ନାବାଳକ ବନ୍ୟାପାଣିରେ ବୁଡି ଯାଇଥିଲେ ।

ଶନିବାର ସକାଳେ ତାଙ୍କ ମୃତଦେହକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି । ମୃତକ ନାବାଳକ ଜଣଙ୍କ ଭୁବନ ଏନଏସିର ହୃଦାନନ୍ଦ ଗୋଛାୟତଙ୍କ ପୁଅ ବିଶାଳ ଗୋଛୟତ ବୋଲି ଜଣାପଡିଛି । ଭୁବନ ବୁଧେଶ୍ବର ମନ୍ଦିର ନିକଟସ୍ଥ ଦକ୍ଷିଣକାଳୀ ମନ୍ଦିର ନିକଟରେ ବନ୍ୟାପାଣି ଦେଖୁଥିବା ବେଳେ ଗୋଡ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.