ଘରୁ ରାଗି ଟ୍ୟୁସନ ଆସିଥିବା ନାବାଳକ ଫେରିଲେନି ଘରକୁ : ଟ୍ରେନ୍ ଲାଇନ୍‌ରୁ ମିଳିଲା ମୃତଦେହ

Published By : Prameya-News7 Bureau | October 23, 2020 IST

ଚାନ୍ଦବାଲି ୨୩।୧୦: ଟ୍ରେନ୍ ରେ କଟି ନାବାଳକଙ୍କ ମୃତ୍ୟୁ ହୋଇଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ପଂଚାୟତ ଗାରଡ଼ପୁର ଗାଁରେ ଘଟିଛି ଏଭଳି ଅଘଟଣ ।

{"id":349366,"sizeSlug":"large"}

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ପଂଚାୟତ ଗାରଡ଼ପୁର ଗାଁର ଧନେଶ୍ବର ମାହୁନ୍ତଙ୍କ ପୁଅ କାହ୍ନା ଦଶମ ଶ୍ରେଣୀର ଛାତ୍ର । ଗୁରୁବାର ସନ୍ଧ୍ୟାରେ ସେ ଘରୁ ଟ୍ୟୁସନ ପାଇଁ ବାହାରକୁ ଆସିଥିଲା । ହେଲେ ସେ ଆଉ ଘରକୁ ଫେରି ନଥିଲା । ରାତିରେ କାହ୍ନ।ଙ୍କ ପରିବାର ଲୋକମାନେ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ଖବର ପାଇ ନଥିଲେ । ଶୁକ୍ରବାର ସକାଳୁ କାହ୍ନ।ର ମୃତଦେହ ଗାଁ ନିକଟରେ ଥିବା ଟ୍ରେନ୍ ଲାଇନ ନିକଟରୁ ମିଳିଛି । ମୃତ କାହ୍ନ।ଙ୍କ ପରିବାର ଲୋକଙ୍କ କହିବା କଥା କାହ୍ନ। ଘରୁ ରାଗିକରି ଆସିଥିଲା । ତେଣୁ କାହ୍ନ। ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ବାଁଶଡା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.