ଚିକିତ୍ସାଧିନ ଅବସ୍ଥାରେ ନାବାଳକଙ୍କ ମୃତ୍ୟୁ, ଟ୍ୟୁସନରୁ ଫେରୁଥିବାବେଳେ ଦୁର୍ବୃତ୍ତ କରିଥିଲେ ଆକ୍ରମଣ
18/03/2020 at 11:50 AM

ଭୁବନେଶ୍ବର ୧୮।୩: ଭବନେଶ୍ବର ନୟାପଲ୍ଲୀରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ନାବାଳକଙ୍କର ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଘରୋଇ ହସପିଟାଲରେ ନାବାଳକଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି । ମୃତ ନାବାଳକ ହେଉଛନ୍ତି ଅନନ୍ତ ମହାନ୍ତି ।
ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୫ ତାରିଖ ରାତିରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ । ଟ୍ୟୁସନରୁ ଘରକୁ ଫେରୁଥିବାବେଳେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଅନନ୍ତକୁ ଗୋଡାଇ ଗୋଡାଇ ହାଣି ଦେଇଥିଲେ ଦୁର୍ବୃତ୍ତ । ଘଟଣାରେ ଜଣଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଅନ୍ୟ ଜଣେ ଏବେବି ଫେରାର୍ ହୋଇଯାଇଛି ।
Related Posts
ବିକ୍ରି ହୋଇଥିବା ୪ମାସର ଶିଶୁ ପୁତ୍ର ଉଦ୍ଧାର, ମା’ଙ୍କୁ ହସ୍ତାନ୍ତର
18 January 2021
ବେଆଇନ ବନ୍ଧୁକ ରଖିବା ମାମଲା : ପୁଣି କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ
18 January 2021