ନଦୀରେ ଭାସିଯାଇ ନାବାଳକ ମୃତ, ଜଣେ ନିଖୋଜ

Published By : Prameya-News7 Bureau | September 10, 2021 IST

ଗଜପତି ୧୦।୯: ନଦୀରେ ଭାସିଯାଇ ଜଣେ ନାବାଳକ ମୃତ, ଜଣେ ନିଖୋଜ । ମୃତ ନାବାଳକ ହେଲେ ରଞ୍ଜନ ସ୍ବାଇଁ । ନିଖୋଜ ନାବାଳକ ହେଲେ ବି. ଗଣେଶ । ଉଭୟ କାଶୀନଗର ଅଞ୍ଚଳର ବୋଲି ଜଣାପଡିଛି ।

{"id":509162,"width":754,"height":415,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ଗୁରୁବାର ସନ୍ଧ୍ୟାରେ ଶୌଚ ପାଇଁ ନଦୀକୁ ଯାଇ ଗୋଡ ଖସିଯିବାରୁ ନଦୀରେ ଭାସିଯାଇଥିଲେ । ବହୁ ଖୋଜାଖୋଜି ପରେ ରଞ୍ଜନଙ୍କ ମୃତଦେହ ଉଦ୍ଧାର ହୋଇଛି । ଗୁରୁବାର ସନ୍ଧ୍ୟାରେ ଦୁଇ ଜଣ ନାବାଳକ ରଞ୍ଜନ ସ୍ବାଇଁ ଓ ବି. ଗଣେଶ ବୁଲି ଯାଇଥିବା ସମୟରେ କାଶୀନଗର ବଂଶଧାରା ନଦୀକୁ ଶୌଚ ପାଇଁ ଯାଇଥିଲେ । ପାଦ ଖସିଯିବାରୁ ପାଣି ଭିତରକୁ ଚାଲିଯାଇଥିବା ସନ୍ଦେହ କରାଯାଉଛି । ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ବହୁ ଖୋଜାଖୋଜି ପରେ ରଞ୍ଜନର ମୃତଦେହ ଉଦ୍ଧାର ହୋଇଛି । ଅନ୍ୟ ଜଣେ ନିଖୋଜ ଗଣେଶକୁ ଏବେ ଖୋଜା ଚାଲିଛି । ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବା ବେଳେ ଅସାବଧାନତା ଯୋଗୁଁ ନଦୀରେ ଭାସିଯାଇ ଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.