ଟ୍ରାକ୍ଟର ଧକ୍କାରେ ନାବାଳକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ବ୍ୟବଚ୍ଛେଦ ପାଇଁ ଶବ ଛାଡୁନାହାନ୍ତି ପରିବାରଲୋକ

Published By : Prameya-News7 Bureau | March 14, 2020 IST

ପାଟଣା ୧୪।୩: ଟ୍ରାକ୍ଟର ଧକ୍କାରେ ନାବାଳକ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା । କ୍ଷତିପୂରଣ ଦାବିରେ ଶବ ବ୍ୟବଚ୍ଛେଦ ପାଇଁ ଶବ ଛାଡୁ ନାହାନ୍ତି ପରିବାର ଲୋକେ ।

{"id":238075,"sizeSlug":"large"}

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଡେଣୁଆଁ ଗ୍ରାମରେ ଗତକାଲି ଅପରାହ୍ନରେ ଟ୍ରାକ୍ଟର ଚାପାରେ ଗ୍ରାମର ଶଶୀ ମୁଣ୍ଡାଙ୍କ ନାବାଳକ ପୁଅ ଭିମ ମୁଣ୍ଡାଙ୍କର ମୃତ୍ୟୁ ପରେ ଗାଁରେ ଉତ୍ତେଜନା ଦେଖାଦେଇଛି । ପରିବାର ଲୋକେ ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଶବ ବ୍ୟବଚ୍ଛେଦ କରିବା ପାଇଁ ଶବ ଉଠାଇବାକୁ ଦେଉ ନାହାନ୍ତି । ଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.