Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍କୁଲ ଛାତ୍ରଙ୍କୁ ଟାଣିନେଲା କୁମ୍ଭୀର, ହାତ-ଗୋଡ ନଥିବା ମୃତଦେହ ଉଦ୍ଧାର

28/06/2020 at 10:17 AM

ଚିତ୍ରକୋଣ୍ଡା ୨୮।୬: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ସ୍କୁଲ ଛାତ୍ରଙ୍କୁ ଟାଣିନେଲା କୁମ୍ଭୀର । ଶନିବାର ମଧ୍ୟାହ୍ନରେ ଚିତ୍ରକୋଣ୍ଡା ଝୋଲାଗୁଡା ଅପରେଟ କଲୋନୀର କୈଳାସ ମାଝୀ ଓ ଅଜୟ ଖରା ନିକଟରେ ଥିବା ଜଳଭଣ୍ଡାର ଲିଙ୍କ୍ ଜଳାଶୟକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ହଠାତ୍ କୈଳାସ ନିଖୋଜ ହୋଇଯାଇଥିଲା । ତେବେ ଏସମ୍ପର୍କରେ ପରିବାର ଲୋକ ଖବର ପାଇ ଖୋଜା ଖୋଜି କରିଥିଲେ । ଏହାପରେ ତାଙ୍କୁ କୁମ୍ଭୀର ନେଇଯାଇଥିବା ଜାଣିବାକୁ ପାଇଥିଲେ ।

ରବିବାର ସକାଳ କୈଳାସର ଗୋଡ ଓ ହାତ ନଥିବା କ୍ଷତବିକ୍ଷତ ମୃତଦେହକୁ ନଦୀ ମଧ୍ୟରୁ ଉଦ୍ଧାର କରିଥିଲେ । ପୂର୍ବରୁ ଏଠାରେ କୁମ୍ଭୀର ପାଣି ପିଇବାକୁ ଆସୁଥିବା ଗାଈ ଓ ଛେଳି ଆଦି ପଶୁଙ୍କୁ ଆକ୍ରମଣ କରିଥିବା ବେଳେ ଏହି ଅଞ୍ଚଳରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଥିଲା । ରବିବାର ଘଟଣାସ୍ଥଳରେ ପୋଲିସ ଓ ବନ ବିଭାଗ ପହଞ୍ଚି ତଦନ୍ତ କରୁଛି । ପ୍ରାୟ ଏଠାରେ ୩ଟି କୁମ୍ଭୀର ଥିବା ସୂଚନା ମିଳିଛି ।

   Related Posts