କଣ୍ଟେନର ଧକ୍କାରେ ନାବାଳକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବି

Published By : Prameya-News7 Bureau | July 29, 2020 IST

ଖୋର୍ଦ୍ଧା ୨୯।୭: ଖୋର୍ଦ୍ଧା ୧୬ ନଂ ଜାତୀୟ ରାଜପଥର ଗୋଡିପବଡା ପେଟ୍ରୋଲ ପମ୍ପ୍ ନିକଟରେ କଣ୍ଟେନର ଧକ୍କାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତକ ପାଇକପୁଟୁ ଗ୍ରାମର ପବିତ୍ର ପ୍ରଧାନ । ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ୧୬ନଂ ଜାତୀୟ ରାଜପଥକୁ ସ୍ଥାନୀୟ ଲୋକେ ଅବରୋଧ କରିଥିଲେ ।

{"id":307040,"sizeSlug":"large"}

ରାସ୍ତା ଅବରୋଧ ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହାନ ଚଳାଚଳ ଠପ୍ ହୋଇଯାଇଥିଲା । ଜଙ୍କିଆ ପୋଲିସ ଲୋକଙ୍କୁ ବୁଝାସୁଝା କଲାପରେ ରାସ୍ତା ଅବରୋଧ ହଟିଥିଲା । ମୃତକଙ୍କ ପରିବାର   କ୍ଷତିପୂରଣ ଦେବା ନେଇ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.