ଫ୍ରି ଫାୟାର ଗେମ୍ ନେଲା ଜୀବନ, ଗୁରୁତର ଥିବା ଛାତ୍ରଙ୍କ ମୃତ୍ୟୁ

Published By : Prameya-News7 Bureau | July 29, 2021 IST

ତେଲକୋଇ ୨୯।୭: ମୋବାଇଲ୍‌ରେ ଫ୍ରି ଫାୟାର୍ ଗେମ୍ ଖେଳି ଗୁରୁତର ହୋଇଥିବା ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଆଖୁପାଳ ଗାଁରେ । ମୃତକ ହେଲେ ଆଖୁପାଳ ଗାଁର କୁଅଁର ଖଣ୍ଡାଙ୍କ ପୁଅ ଦଶମ ଶ୍ରେଣୀ ଛାତ୍ର ୧୫ ବର୍ଷୀୟ ଅଗସ୍ତି ଖଣ୍ଡା ।

ସୂଚନାଯୋଗ୍ୟ ଯେ, ବାପା କୁଅଁର ଖଣ୍ଡା ପୁଅ ଅନଲାଇନ୍‌ରେ ପାଠ ପଢିବ ବୋଲି ସ୍ମାର୍ଟ ଫୋନ୍ କିଣି ଦେଇଥିଲେ । କିନ୍ତୁ ପୁଅ ପାଠ ନପଢି ଫ୍ରି ଫାୟାର ଗେମ୍ ଖେଳି ମାନସିକ ସ୍ଥିତି ହରାଇ ବସିଥିଲେ । ବୁଧବାର ତାଙ୍କ ଅବସ୍ଥା ଗୁରୁତର ହେବାରୁ  ପ୍ରଥମେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣଙ୍କ ମୋନାହାରପୁର ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ପାଠ ପଢୁଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.