କୂଅରେ ପଡି ନାବାଳକଙ୍କ ମୃତ୍ୟୁ, ସକାଳୁ ଥିଲେ ନିଖୋଜ

Published By : Prameya-News7 Bureau | November 26, 2020 IST

ସାନଖେମୁଣ୍ଡି ୨୬।୧୧: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଚୁଡ଼ଙ୍ଗପୁରରେ ଅଭାବନୀୟ ଘଟଣା । କୂଅରେ ପଡି ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକ ହେଲେ ଚୁଡ଼ଙ୍ଗପୁର ଗ୍ରାମର ଏମ ରବି ପାତ୍ର ।

ସୂଚନା ଅନୁସାରେ ଗୁରୁବାର ସକାଳୁ ବହୁ ସମୟ ଧରି ଘରୁ କେଉଁଆଡେ ଚାଲିଯାଇଥିଲେ ରବି । ବହୁ ଖୋଜାଖୋଜି ପରେ ବିଲ ନିକଟରେ ଥିବା ଏକ ବଡ଼ କୂଅରେ ନାବାଳକ ଜଣଙ୍କ ପଡି ଯାଇଥିବା ଦେଖିବାକୁ ମିଳିଛି । ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କରି ଦିଗପହଣ୍ଡି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଦିଗପହଣ୍ଡି ଥାନା ପୋଲିସ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.