ନଦୀରେ ବୁଡି ନାବାଳକଙ୍କ ମୃତ୍ୟୁ, ଗାଧୋଇବା ବେଳେ ଖସିଗଲା ଗୋଡ

Published By : Prameya-News7 Bureau | November 04, 2021 IST

ଆନନ୍ଦପୁର ୪।୧୧: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବୈତରଣୀର ପଦ୍ମପୁର ଘାଟରେ ବୁଡି  ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ମୃତକ ପଦ୍ମପୁର ଗାଁର ରମେଶ ଚନ୍ଦ୍ର ସାହୁଙ୍କ ଏକମାତ୍ର  ପୁଅ ରୁଦ୍ର ପ୍ରସାଦ । ତାଙ୍କ ବୟସ ୧୨ବର୍ଷ । ରୁଦ୍ରଙ୍କ ମା’ ଗୁରୁବାର ଦୀପାବଳିରେ ପିତୃପୁରୁଷଙ୍କୁ ପିପିଆ ଡାକ ପାଇଁ ସକାଳୁ ନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ଘରେ ଶୋଇଥିବା ରୁଦ୍ର ହଠାତ ଉଠିପଡି ମା’ ନଦୀକୁ ଗାଧୋଇବାକୁ ଯାଇଥିବା ଜାଣି ପଛେପଛେ ଯାଇ ପହଞ୍ଚି ଯାଇଥିଲା । ମା’ ଗାଧୋଉଥିବାର କିଛି ଦୂରରେ ରୁଦ୍ର ଗାଧୋଇବାକୁ ଲାଗିଲା । ଏହି ସମୟରେ ଗୋଡ ଖସିଯିବାରୁ ଗଭୀର ଗଣ୍ଡରେ ବୁଡିଯାଇଥିଲା ରୁଦ୍ର । ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ତାକୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ତାର ମୃତ୍ୟୁ ଘଟିସାରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.