ଶ୍ରାବଣ ପ୍ରଥମ ସୋମବାରରେ ଅଘଟଣ : ନଦୀ ଘାଟକୁ ପାଣି ଆଣିବାକୁ ଯାଇ ନାବାଳକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | July 26, 2021 IST

ଭୋଗରାଇ ୨୬।୭: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଶୈବ ପୀଠଗୁଡିକ ଚଳଚଞ୍ଚଳ ହେବା ପରିବର୍ତ୍ତେ କୋଭିଡ୍ କଟକଣା ଯୋଗୁଁ ଏହା ଫିକା ପଡିଛି । ତଥାପି କିଛି କାଉଡିଆଭକ୍ତିର ସହ ପାଣି ଉଠାଉଥିବା ଦେଖିବାକୁ ମିଳିଛି । ତେବେ ଶ୍ରାବଣ ମାସର ପ୍ରଥମ ସୋମବାରରେ ଅଘଟଣ ଘଟିଛି । ପାଣି ଆଣିବାକୁ ଯାଇ ନିଖୋଜ ହେଲେ ନାବାଳକ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ମାନପୁର ସ୍ଥିତ ସୁବର୍ଣ୍ଣରେଖା ନଦୀରେ ଘଟିଛି ଅଘଟଣ ।

{"id":485876,"width":748,"height":411,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ମାନପୁର ସ୍ଥିତ ସୁବର୍ଣ୍ଣରେଖା ନଦୀରେ ସିଆଡି ଘାଟରୁ ନାବାଳକ ଜଣଙ୍କ ପାଣି ଆଣୁଥିଲେ ବେଳେ ଘଟିଛି ଅଘଟଣ । ଶ୍ରାବଣ ସୋମବାରର ଜଳାଭିଷେକ ପାଇଁ ନଦୀକୁ ପାଣି ଆଣିବାକୁ ଯାଇ ବୁଡ଼ ମାରିବାବେଳେ ଦୁଇ ଭାଇ ବୁଡି ଯାଇଥିଲେ । ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ନିଖୋଜ ହୋଇଯାଇଛନ୍ତି ।

{"id":485877,"width":749,"height":412,"sizeSlug":"large","linkDestination":"none"}

ନିଖୋଜ ନାବାଳକ ଜଣଙ୍କ ହେଲେ ଅଷ୍ଟମ ଶ୍ରେଣୀ ଛୀତ୍ର ଶୁଭମ ରଣା । ପରିବାରଲୋକ ଓ ଗ୍ରାମବାସୀ ମିଶି ଖୋଜାଖୋଜି କରିଥିବା ବେଳେ ନାବାଳଙ୍କର କୌଣସି ସନ୍ଧାନ ମିଳିନଥିଲା । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.