ଢେଙ୍କାନାଳ କଳ୍ପତରୁ ଆଶ୍ରମରୁ ୧୦ ବର୍ଷର ନାବାଳକ ନିଖୋଜ, ପୋଲିସ କୁକୁର ଜଙ୍ଗଲରୁ ଉଦ୍ଧାର କଲା ନାବାଳକଙ୍କ ପ୍ୟାଣ୍ଟ

Published By : Prameya-News7 Bureau | January 24, 2019 IST

ଢେଙ୍କାନାଳ ୨୪|୧: ଢେଙ୍କାନାଳ ସହର ଉପକଂଠରେ କଣ୍ଟେଇକୋଳିଆଠାରେ ଥିବା କଳ୍ପତଋ ଆଶ୍ରମରୁ ଜଣେ ୧୦ ବର୍ଷ ବୟସ୍କ ବାଳକର ପତ୍ତା ମିଳୁନାହିଁ । ଅପରପକ୍ଷରେ ଆଶ୍ରମର ବାବା ମୁରାରୀ ଦାସ ଓରଫ ମୃତ୍ୟୁ଼୍ଜୟ ପାଣିଗ୍ରୀ ଗତକାଲିଠାରୁ ଫେରାର ଅଛନ୍ତି । ଫଳରେ ବାଳକର ଫେରାର ଘଟଣାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ବାବାଙ୍କ ବିରୋଧରେ ନିଖୋଜ ବାଳକର ବାପା ଢେଙ୍କାନାଳ ସଦର ଥାନାରେ ଏତଲା ଦେଇଛନ୍ତି । ପୋଲିସ ସନ୍ଧାନୀ କୁକୁର ସହ ଅନୁସନ୍ଧାନ କରିବାବେଳେ କୁକୁର ବାଳକଙ୍କ ପେଣ୍ଟ ଆଶ୍ରମ ପଛପଟ ଜଙ୍ଗଲରୁ ଉଦ୍ଧାର କରିଛି ।

{"id":77658}

କଣ୍ଟେଇକୋଳିଆଠାରେ ଥିବା କଳ୍ପତଋ ଆଶ୍ରମରେ ବାବା ମୁରାରୀ ଦାସ ପ୍ରାୟ ୩୦ରୁ ୪୦ଜଣ ଛୋଟ ପିଲାଙ୍କୁ ନାମ ସଂକୀର୍ତ୍ତନ ଶିକ୍ଷା ଦେବା ପାଇଁ ରଖିଛନ୍ତି । ତେବେ ଏହି ପିଲାଙ୍କୁ ଅନେକ ସମୟରେ ବାବା ମାର ଧର କରୁଥିବା ଅଭିଯୋଗ ରହିଛି । ନିଖୋଜ ହୋଇଥିବା ବାଳକର ବୟସ ୯ ବର୍ଷ ହେବ । ନିଖୋଜ ବାଳକଙ୍କ ନିଜ ଘର ସୁନ୍ଦର ଗଡ ଜିଲ୍ଲା ଗଡପୋଷରେ । ତାଙ୍କ ବାପାଙ୍କ ନାଁ ହିମାଂଶୁ ରୋହୀଦାସ । ଗତକାଲି ଛୋଟୁଙ୍କୁ ବାବା ମୁରାରୀ ମାଡ ମାରିଥିଲେ । ତାପରଠୁ ଛୋଟୁଙ୍କର ପତ୍ତା ମିଳୁନି । ଛୋଟୁ ନିଖୋଜ ଥିବା ଖବର ନିଜେ ବାବା ପୋଲିସକୁ ଦେଇଥିଲେ । ତେବେ ପୋଲିସକୁ ଖବର ଦେବା ପରେ ବାବା ଫେରାର ହୋଇଯାଇଥିବାରୁ ବିଭିନ୍ନ ସନ୍ଦେହ ସୃଷ୍ଟି ହୋଇଛି ।

{"id":77659}

ଖବରପାଇବାପରେ ଛୋଟୁଙ୍କ ମା ଓ ବାପା ଆଜି ଆସି ଢେଙ୍କାନାଳରେ ପହଂଚିଛନ୍ତି । ସଦର ପୋଲିସ ଥାନାରେ ବାବାଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.