ଗାଧୋଇବା ବେଳେ ଚିତ୍ରୋତ୍ପଳା ନଦୀରେ ଭାସିଗଲେ ୩ ସାଙ୍ଗ ; ଦୁଇ ଉଦ୍ଧାର, ଜଣେ ନାବାଳକ ନିଖୋଜ

Published By : Prameya-News7 Bureau | July 11, 2019 IST

ସାଲେପୁର ୧୧|୭: ଚିତ୍ରୋତ୍ପଳା ନଦୀକୁ ଗାଧୋଇବାକୁ ଯାଇ ଭାସିଗଲେ ୩ ସାଙ୍ଗ । ଦୁଇ ଜଣ ଉଦ୍ଧାର ହୋଇଥିବାବେଳେ ଜଣେ ନାବାଳକ ନିଖୋଜ ହୋଇଛନ୍ତି । ନିଖୋଜ ନାବାଳକଙ୍କୁ ଉଦ୍ଧାର ପାଇ ଦମକଳବାହିନୀର ଉଦ୍ୟମ ଜାରି ରହିଛି ।

{"id":132660}

ସୂଚାନଯୋଗ୍ୟ ଯେ, ସାଲେପୁର ଜନାର୍ଦ୍ଦନପୁର ନିକଟସ୍ଥ ଚିତ୍ରୋତ୍ପଳା ନଦୀକୁ ଗାଧୋଇବାକୁ ଯାଇ ତିନି ସାଙ୍ଗ ଭାସିଯାଇଥିଲେ । ସୋମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉ ଜଣେ ଏବେବି ନିଖୋଜ ଅଛନ୍ତି । ନିଖୋଜ ନାବାଳକ ୧୫ବର୍ଷର ବିଟୁ । ତାଙ୍କୁ ସ୍ଥାନୀୟ ଲୋକେ ବହୁ ଖୋଜା ଖୋଜି କରିବାପରେ ନପାଇବାରୁ ଦମକଳବାହିନୀକୁ ଖବର ଦେଇଥିଲେ । ଦମକଳବାହିନୀ ପହଞ୍ଚି ନିଖୋଜ ନାବାଳକଙ୍କୁ ଖୋଜାଖୋଜି ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.