ପୁରୀ କୃଷ୍ଣପ୍ରସାଦରେ ୧୨ଦିନ ହେଲା ନାବାଳକ ନିଖୋଜ ; ପୋଲିସର ତଦନ୍ତ ଜାରି

Published By : Prameya-News7 Bureau | October 22, 2018 IST

ପୁରୀ ୨୨|୧୦: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ସିଆଳ ଗାଁର ସୁରେନ୍ଦ୍ର ବିଶ୍ବାଳଙ୍କ ପୁଅ ମିଥୁନ ଗତ ୧୨ ଦିନ ହେବ ନିଖୋଜ ଅଛନ୍ତି । ମିଥୁନଙ୍କ ବୟସ ୧୯ ବର୍ଷ ହେବ । ଗତ ୧୦ ତାରିଖରୁ ଘରୁ କଲେଜ ଯାଉଛି କହି ବ୍ରହ୍ମପୁର ଆଇ.ଟି.ଆଇ କଲେଜ ଯାଇଥିଲେ, ହେଲେ ଆଜକୁ ୧୨ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳୁନାହିଁ ।  ପରିବାରଲୋକେ ବ୍ୟସ୍ତ ହୋଇ ଖୋଜାଖୋଜି ପରେ ମିଥୁନଙ୍କର ଖୋଜ ଖବର ନ ମିଳିବାରୁ କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ କରିଛନ୍ତି। କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.