ହାତୀ ଆକ୍ରମଣରେ ପୁଅ ମୃତ, ମା ଝିଅ ଗୁରୁତର

Published By : Prameya-News7 Bureau | July 26, 2018 IST

କେନ୍ଦୁଝର ବିଜେପି ରେଞ୍ଜରେ ଦନ୍ତା ଦୌରାତ୍ମ୍ୟ ଦେଖିବାକୁ ମିଳିଛି | ଘରେ ପଶି କଚାଡି ମାରିଲା ଦନ୍ତା ହାତୀ | ହାତୀ ଆକ୍ରମଣରେ ପୁଅର ମୃତ୍ୟୁ ହୋଇଥିବା ବେଳେ ମା ଓ ଝିଅ ଗୁରୁତର ଅଛନ୍ତି | ମୃତ ପୁଅ ହେଉଛନ୍ତି ଲିଟୁ ଦେହୁରୀ | ଗୁରୁତର ମା ଓ ଝିଅଙ୍କୁ ବାଂଶପାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଘରେ ଶୋଇଥିବା ବେଳେ ଦନ୍ତା ହାତୀ ଘରେ ପଶି ଆକ୍ରମଣ କରିଥିଲା | ଗାଁରେ ବର୍ତମାନ ଉତ୍ତେଜନା ଲାଗି ରହିଛି | ଗାଁରେ ସଦର ପୋଲିସ ଓ ବିଜେପି ରେଞ୍ଜର ଘଟଣାସ୍ଥଳରେ ପହଂଚି ଲୋକଙ୍କ ସହିତ ଆଲୋଚନା କରି ଘଟଣା ତଦାରଖ କରୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.