Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ପ୍ରେମପାଇଁ ମହାଭାରତ, ନିଜପାଇଁ ନୁହେଁ ନିଜସାଙ୍ଗର ପ୍ରେମପାଇଁ ଗଲା ଜୀବନ

3/03/2019 at 5:19 PM

ଭୁବନେଶ୍ଵର ୩/୩- ସାମାନ୍ୟ କଥାକୁ ନେଇ ରାଜଧାନୀରେ ହତ୍ୟା । ଘଟଣା ଘଟିଛି ଶନିବାର ସଂଧ୍ୟା ଆଠଟାରେ । ଖଣ୍ଡଗିରି ଥାନା ଅନ୍ତର୍ଗତ ତପୋବନ ବସ୍ତିର ଦୁଇ ନାବାଳକ ମୋଟରସାଇକେଲରେ ବରମୁଣ୍ଡା  ଆସିବା ସମୟରେ ଘଟିଥିଲା ଏହି ଘଟଣା ।  ବରମୁଣ୍ଡା  ଓଭରବ୍ରିଜ ତଳେ ଆଠଜଣ ଦୁବୃର୍ତ୍ତ ଶିବ ନାମକ ନାବାଳକ ପେଟରେ ମାରଣାସ୍ତ୍ର ଭୁଶି ହତ୍ୟାକରିବା ସହିତ ତାର ସାଙ୍ଗକୁ ନିସ୍ତୁକ ମାଡମାରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଖବର ପାଇ ଖଣ୍ଡଗିରି ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ପ୍ରେମ  କାରବାରରେ ସାଙ୍ଗକୁ ସାହାଯ୍ୟ କରି ସାଙ୍ଗର ଗଲା ଜୀବନ । ଘଟଣା ଘଟିଛି ଶନିବାର ରାତି ଆଠଟାରେ । ତପୋବନ ବସ୍ତିର ରଙ୍ଗା ରେଡି ଓ ଶିବ ଗୌଡ ଦୁଇ ସାଙ୍ଗ । ସଂଧ୍ୟା ଆଠଟାରେ ରଙ୍ଗା , ଶିବକୁ ଘରୁ ଡାକି  ମୋଟର ସାଇକେଲ ଯୋଗେ ବରମୁଣ୍ଡା ବାହାରିଥିଲା। ଓଭରବ୍ରିଜ ତଳ ରାସ୍ତାରେ ବରମୁଣ୍ଡା ଆଡକୁ ଯାଉଥିବା ବେଳେ   ପୁର୍ବରୁ ଲୁଚି ରହିଥିବା ପ୍ରାୟ ଆଠଜଣ ଦୁବୃର୍ତ୍ତ ଏମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏପରିକି ଶିବର ପେଟରେ ଏକ ଧାରୁଆ ଚାବି ପୁରାଇ ତାର ଅନ୍ତବୁଜୁଳା  ବାହାର କରିଦେଇଥିଲେ । ଖବର ପାଇ ଖଣ୍ଡଗିରି ପୋଲିସ ଘଟଣା ସ୍ଥଳରେ ପହଁଚିବା ପୁର୍ବରୁ ଶିବର ମ଼ତ୍ୟୁ ହୋଇସାରିଥିଲା । ଗୁରୁତର ଆହତ ରଙ୍ଗାକୁ ଚିକିସ୍ଥା ନିମନ୍ତେ ପଠାଇବା ସହିତ ଶିବର ମ଼ତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଦିଆଯାଇଥିଲା ।

ରଙ୍ଗାର ପ୍ରେମିକା  ତପୋବନ ଉପରସାହିକୁ ଏକ ଯାତ୍ରା ଦେଖିବାକୁ ଯାଇଥିଲା । ସେଠାରେ କିଛି ଯୁବକଙ୍କ ସହିତ ଉକ୍ତ  ଯୁବତୀର ଉଚବାଚ ହୋଇଥିଲା । ଏହି ଖବର ପାଇ ରଙ୍ଗା ତାର ସାଙ୍ଗ ଶିବକୁ ନେଇ ଘଟଣାସ୍ଥଳରେ ପହଁଚି ସେଠାକାର ଯୁବକଙ୍କ ସହିତ ମାରପିଟ କରିଥିଲା । ଏହାର ପ୍ରତିଶୋଧ ନେବାପାଇଂ ଶନିବାର ରଙ୍ଗା ଓ ଶିବକୁ କମ୍ପରମାଇଜ ପାଇଁ ଡାକି ହତ୍ୟା କରାଯାଇଥିବା ପୋଲିସ ଜାଣିବାକୁ ପାଇଛି ।  ଖଣ୍ଡଗିରି ପୋଲିସ ଘଟଣାର ତଦନ୍ତ କରି ୩ଜଣ ନାବାଳକକୁ ଅଟକ ରଖିଛି । ଏହି ଘଟଣାରେ ସମ୍ପୃକ୍ତ ଅଧିକାଂଶ ଅଭିଯୁକ୍ତ ନାବାଳକ ବୋଲି ଜଣା ପଡିଛି । ତେବେ ଖୁବଶ୍ରୀଘ୍ର ଅନ୍ୟ ଅପରାଧିଙ୍କୁ ଧରାଯିବ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି ।

ଶିବ ଯେତେବେଳେ ଛୋଟ ଥିଲା ସେତେବେଳେ ଶିବର ବାପା ତାର ମାକୁ ଛାଡି ଚାଲିଯାଇଥିଲା । ପରଘରେ ବାସନ ମାଜି ପୁଅକୁ ବଢାଇଥିଲା ମାଆ । ଆଶା ରଖିଥିଲା ପୁଅ ବଡ ହୋଇ ରୋଜଗାର କଲେ ମାଆର ଦୁଃଖ ଯିବ । ହେଲେ ଦଇବ ସହିଲାନାହିଁ । କିଛିବି ଭୁଲ ନଥାଇ ସାଙ୍ଗପାଇଁ ଜୀବନ ହାରିଲା ଶିବ । ଶିବର କାହାରି ସହିତ ଶତ୍ରୁତା ନଥିବା ବେଳେ ରଙ୍ଗ ମିସ୍ତ୍ରୀ କାମ କରି ମାକୁ ପୋଷୁଥିଲା ଶିବ । ଏବେ ଦୁଃଖରେ ପୁରା ଭାଙ୍ଗି ପଡିଥିବା ଶିବର ମାଆ ଆଉ କାହାପାଇଁ ମୁଁ ବଂଚିବି ବୋଲି କାନ୍ଦି କାନ୍ଦି କହିଛି  ।

ରାଜଧାନୀରେ ଗତ କିଛିଦିନ ଧରି ଲୁଟ ଡକାୟତି ମର୍ଡର ଭଳି ଘଟଣା ବଢିବାରେ ଲାଗିଲାଣି । କେବେ ଜାଗିବ କମିଶନରେଟ ପୋଲିସ ତାହା କେବଳ ଦେଖିବାକୁ ବାକି ରହିଲା ।

   Related Posts