ପାଉଁଶ ଗଦାରେ ପଶି ନାବାଳକ ଗୁରୁତର ; ଜଳିଗଲା ଦୁଇଟି ଗୋଡ
1/02/2019 at 10:01 AM

ରାଇରଙ୍ଗପୁର ୧|୨: ପାଉଁଶ ଗଦାରେ ପଶି ନାବାଳକ ଗୁରୁତର ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ଅଶନବଣି ଅଞ୍ଚଳରେ ଅଘଟଣ ଘଟିଛି । ଗୁରୁତର ନାବାଳକ ଝାରଖଣ୍ଡ କୁର୍ଦେଗ ଥାନା ଦାରିଡି ଗାଁର ଦିଲ୍ଲୀପ ସାଏ । ଦିଲ୍ଲୀପର ୨ ଗୋଡ ଜଳିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଦିଲ୍ଲୀପ ଗତକାଲି ସଂଧ୍ୟାରେ ଶୌଚ କରିବାକୁ ନିକଟସ୍ଥ ରାଇସ୍ ମିଲ୍ ପଛକୁ ଯାଇଥିଲା । କିନ୍ତୁ ଅନ୍ଧାରରେ ଜାଣି ନ ପାରି ନିଆଁ ମିଶା ପାଉଁଶ ଗଦାରେ ପଶିଯାଇଥିଲେ । ଫଳରେ ତାଙ୍କର ଦୁଇଟି ଗୋଡ଼ ଜଳିଯାଇଛି । ନାବାଳକ ଦିଲ୍ଲୀପ ନଳକୂପ ଖୋଳୁଥିବା ବୋରଓ୍ବେଲ ଗାଡ଼ିରେ କାମ କରୁଥିବା ଜଣାପଡିଛି ।
Related Posts
୮ ଜିଲ୍ଲାରେ ଘନ କୁହୁଡି, ସତର୍କ ରହିବାକୁ ପରାମର୍ଶ ଦେଲେ ଏସଆରସି
24 January 2021