ନାବାଳକ ଉପରେ ଚଢିଗଲା ହାଇଓ୍ବା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | November 11, 2021 IST

ଖଣ୍ଡପଡା ୧୧।୧୧: ନୟାଗଡ ଜିଲ୍ଲା ଫତେଗଡ ଥାନା ଜାମୁସାହି ଛକ ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜାମୁସାହି ପ୍ରମୋଦ ମହାନ୍ତିଙ୍କ ୯ ବର୍ଷର ବାଳକ କାହ୍ନା ରାସ୍ତା କଡରେ ଯାଉଥିବା ବେଳେ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ ହାଇୱା ତାଙ୍କ ଉପରେ ଚଢି ଯାଇଥିଲା । ଫଳରେ କାହ୍ନା ଗୁରୁତର ହୋଇପଡ଼ିଥିଲା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ଉତ୍ତ୍ୟକ୍ତ ଲୋକେ କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଖଣ୍ଡପଡା-ଭୁବନେଶ୍ବର ରାସ୍ତା ଯାତାୟାତ ଠପ୍ ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ତହସିଲଦାର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ବିଫଳ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.