ଭାଇ ସାଜିଲା ହତ୍ୟାକାରୀ, ନବମ ଶ୍ରେଣୀ ଛାତ୍ରଙ୍କୁ ଛୁରୀ ଭୁଷି ମାରିଦେଲା ସଂପର୍କୀୟ ଭାଇ

Published By : Prameya-News7 Bureau | September 27, 2020 IST

ନୟାଗଡ ୨୭।୯: ନବମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା । ନୟାଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ମହତପଲ୍ଲା ଗ୍ରାମରେ ଘଟିଛି ଏଭଳି ଘଟଣା । ମୃତ ଛାତ୍ରଙ୍କ ନାମ ସୁମନ ବେହେରା ବୋଲି ଜଣାପଡିଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନା ଅନୁସାରେ ଶନିବାର ଦିନ ସୁମନ ଟିଉସନକୁ ଯାଇ ଆଉ ଘରକୁ ଫେରିନଥିଲେ । ଘରଲୋକ ବହୁ ଖୋଜାଖୋଜି କରିବା ପରେ ଗାଁ ସ୍କୁଲ ପଛପଟେ ଏକ ବିଲରେ ସୁମନଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ମିଳିଥିଲା । ମୃତ ଛାତ୍ରଙ୍କ ବାପାଙ୍କର ପ୍ରାୟ ୮ବର୍ଷ ତଳୁ ମୃତ୍ୟୁ ହୋଇସାରିଛି । ତାଙ୍କ ମା’ ବିଦ୍ୟାଳୟରେ ରୋଷେୟା ଭାବେ କାମ କରୁଥିଲେ ।

ସୁମନଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଥିବା କୁହାଯାଉଛି । ସୁମନଙ୍କୁ ତାଙ୍କ ବଡବାପା ପୁଅ ଭାଇ ସୋମନାଥ ହତ୍ୟା କରିଥିବା ପୋଲିସ ପ୍ରକାଶ କରିଛି । ତେବେ ପୂର୍ବ ଶତ୍ରୁତା ନା ଅର୍ଥ ଲୋଭରେ ତାକୁ ହତ୍ୟା କରାଯାଇଛି ସେ ସମ୍ପର୍କରେ ପୋଲିସ ତଦନ୍ତ ଜାରିରଖିଛି । ସୋମନାଥକୁ ଜଙ୍କିଆ ନିକଟରୁ ରଣପୁର ପୋଲିସ ଗିରଫ କରି ଅଧିକ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.