ପୁଣି ନାବାଳକଙ୍କୁ ଫାଇନ୍, ବାଇକ୍ ଚଳାଇ ଗଣିଲେ ୨୫ ହଜାର

Published By : Prameya-News7 Bureau | March 06, 2020 IST

ସମ୍ବଲପୁର ୬।୩: ସମ୍ବଲପୁରରେ ପୁଣି ଟ୍ରାଫିକ୍ ଚେକିଂ କଡାକଡି । ନାବାଳକ ଗାଡି ଚାଳାଇବା ଯୋଗୁଁ ପୁଣି କଟିଲା ୨୫ ହଜାର ଟଙ୍କାର ଫାଇନ୍ । ସମ୍ବଲପୁର ଅଇଁଠାପାଲି ବୁଢାରଜାରେ ଚେକିଂ ସମୟରେ ପରିବହବ ବିଭାଗ ହାବୁଡରେ ପଡି ଫାଇନ୍ ଗଣିଛନ୍ତି ନାବାଳକ ।

ସୂଚନାଯୋଗ୍ୟ ଯେ, ନାବାଳକ ଜଣଙ୍କ ଏକ ଆପାଚି ବାଇକରେ ଯାଉଥିବାବେଳେ ପରିବହନ ବିଭାଗ ତାଙ୍କୁ ଧରିଥିଲା । ତାଙ୍କର ଆପାଚି ବାଇକ୍ ନମ୍ବର ହେଉଛି ଓଡି ୧୫ ପି ୯୧୪୨ । ତେବେ ଅଫେନ୍ସ ବାଏ ଜୁଭିନାଇଲରେ ତାଙ୍କ ବାପାଙ୍କୁ ୨୫ ହଜାର ଟଙ୍କାର ଫାଇନ୍ ପଡିଛି । ପୂର୍ବରୁ ସମ୍ବଲପୁରରେ ନାବାଳକ ଗାଡି ଚଳାଇ ମୋଟା ଅଙ୍କର ଫାଇନ୍ ଗଣିଛନ୍ତି ।

ଗତକାଲି ଦୁଇ ଜଣ ନାବାଳକଙ୍କୁ ୬୦ ହଜାର ଫାଇନ୍ କରିଥିଲା ପରିବହନ ବିଭାଗ । ଜଣେ ନାବାଳକ ସ୍କୁଟିରେ ତାଙ୍କ ମା’ଙ୍କୁ ମନ୍ଦିରରେ ଛାଡି ଆସୁଥିବାବେଳେ ପରିବହନ ବିଭାଗ ହାବୁଡରେ ପଡି ୩୦ ହଜାର ଫାଇନ୍ ଗଣିଥିଲେ ।

ସେହିପରି ଅନ୍ୟ ଜଣେ ନାବାଳକ ସ୍କୁଟିରେ ଯାଉଥିବାବେଳେ ତାଙ୍କୁ ମଧ୍ୟ ପରିବହନ ବିଭାଗ ୩୦ ହଜାର ଫାଇନ୍ ପକାଇଥିଲା । ଉଭୟ ଅଇଁଠାପାଲିରେ ଚେକିଂ ସମୟରେ ଧରାପଡିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.