Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ନାବାଳିକାଙ୍କୁ ଦୁଷ୍କର୍ମ କରି ନାବାଳକ ଗିରଫ, ପୀଡିତାଙ୍କୁ ୭ ବର୍ଷ-ଅଭିଯୁକ୍ତକୁ ୧୪, ଚିନ୍ତାରେ ପୋଲିସ

9/11/2020 at 3:02 PM

ରାଇରଙ୍ଗପୁର ୯।୧୧: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଧରା ହେଲେ ନାବାଳକ । ଘଟଣାର ତଦନ୍ତ ଜାରି ରଖିଛି ଗୋରୁମହିଷାଣୀ ଥାନା ପୋଲିସ ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଲୁହାଶିଳା ଗ୍ରାମପଞ୍ଚାୟତର ଏକ ଗାଁରେ ଦୁଷ୍କର୍ମର ଶିକାର ହୋଇଛନ୍ତି ୭ବର୍ଷ ନାବାଳିକା । ପୀଡିତା ନାବାଳିକାଙ୍କ ଘର ଲୋକ ବିଲକୁ କାମ କରିବାକୁ ଯାଇଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି । ଘରେ କେହି ନଥିବାର ସୁଯୋଗ ନେଇ  ନାବାଳିକାଙ୍କୁ ଏକୁଟିଆ ଖେଳୁଥିବା ଦେଖି ୧୪ ବର୍ଷର ନାବାଳକ ନିଛାଟିଆ ସ୍ଥାନକୁ ଡାକି ନେଇଥିଲେ । ତେବେ ସେଠାରେ ସେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି ।

ନାବାଳକ ଅଭିଯୁକ୍ତକୁ ଗୋରୁମହିଷାଣୀ ପୋଲିସ ଧରିଥିବା ବେଳେ ତଦନ୍ତ ଜାରି ରଖିଛି । ପୀଡିତା ନାବାଳିକାକୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

   Related Posts