ନକଲି ଡାକ୍ତର ଚିକିତ୍ସାରେ ନାବାଳକଙ୍କ ମୃତ୍ୟୁ ଅଭିଯୋଗ

Published By : Prameya-News7 Bureau | July 21, 2019 IST

ବାସୁଦେବପୁର ୨୧|୭: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ବିଦେଇପୁର କେରସାହି ଗ୍ରାମରେ ଗାଉଲି ଆତ୍ମଘୋଷିତ ଡାକ୍ତରଙ୍କ ଚିକିତ୍ସାରେ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ସେହି ଗ୍ରାମର ସତ୍ୟବ୍ରତ ନାୟକଙ୍କ ୧୨ ବର୍ଷର ପୁଅ ପ୍ରମୋଦ ।

{"id":135995}

ସୂଚନାଯୋଗ୍ୟ ଯେ, ପ୍ରମୋଦକୁ ଗତ ଦୁଇ ଦିନ ଜ୍ବର ହୋଇଥିଲା । ପରିବାର ଲୋକେ ବିଦେଇପୁର ବଜାରରେ ଥିବା ଔଷଧ ଦୋକାନରୁ ଔଷଧ ଆଣି ଦେଇଥିଲେ । ଜ୍ବର ନ ଛାଡିବାରୁ ବିଦେଇପୁର ଛକରେ ଥିବା ସାଇ ସେବା କ୍ଲିନିକର ଆତ୍ମଘୋଷିତ ଡାକ୍ତର ସୁକାନ୍ତ କୁମାର ସେନାପତିଙ୍କୁ ଦେଖାଇଥିଲେ । ଫଳରେ ଡାକ୍ତର ତାଙ୍କ ରକ୍ତ ପରୀକ୍ଷା କରି ଟାଇଫଏଡ ଜ୍ବର ହୋଇଛି ବୋଲି କହି ଔଷଧ ଦେଇଥିଲେ । ସେହି ଔଷଧ ଖାଇବା ଫଳରେ ପ୍ରମୋଦ ଆଜି ସକାଳେ ଗୁରୁତର ହୋଇପଡିବାରୁ ତାଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାରଲୋକ । ବାସୁଦେବପୁର ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.