ଟ୍ରାକ୍ଟର ଧକ୍କାରେ ଗଲା ନାବାଳକଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରୋକ

Published By : Prameya-News7 Bureau | January 11, 2020 IST

ଆଠଗଡ ୧୧।୧: ଟ୍ରାକ୍ଟର ଧକ୍କାରେ ନାବାଳକଙ୍କ ମୃତ୍ୟୁ ହୋଇଛି । କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ମର୍ଦମେଖ ଛକ ନିକଟରେ ଘଟିଛି ଦୁର୍ଘଟଣା । ମୃତ ନାବାଳକ କମଳାଡିହ ଶରଧାପୁର ଗ୍ରାମର ପବିତ୍ର ନାୟକଙ୍କ ୧୨ ବର୍ଷର ପୁଅ ଚିକୁନ ।

{"id":209700,"sizeSlug":"large"}

ନାବାଳକଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ମୃତଦେହ ରଖି ନରସିଂହପୁର କମଳାଡିହ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ଫଳରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।

{"id":209701,"sizeSlug":"large"}

ଘଟଣାସ୍ଥଳରେ ନରସିଂହପୁର ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.