ପୋଖରୀରେ ବୁଡି ନାବାଳକ ମୃତ

Published By : Prameya-News7 Bureau | June 15, 2019 IST

ଝାରସୁଗୁଡା ୧୫|୬: ଝାଡଖଣ୍ଡର ଜଣେ ନାବାଳକ ବେଲପାହାଡର ଏକ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି । ଝାଡଖଣ୍ଡର ନାବାଳକ ମହମ୍ମଦ ବେଲପାହାଡ କଦେଲାପିଟାରେ ସମ୍ପର୍କୀୟ ଘରକୁ ବୁଲି ଆସିବା ବେଳେ ଆଜି ସକାଳୁ ଘର ନିକଟରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲା। ପୋଖରୀରେ ପାଣି ଅଧିକ ଥିବାରୁ ବାଳକଟି ବୁଡି ଯାଇଥିଲା। ତାକୁ ଉଦ୍ଧାର କରିବାକୁ ସ୍ଥାନୀୟ ଲୋକଙ୍କ ସହ ଦମକଳ ବାହିନୀର ଉଦ୍ୟମ ସତ୍ୱେ ନାବାଳକର ମୃତଦେହକୁ ରାମଚଣ୍ଡୀ ମନ୍ଦିର ନିକଟରେ ଉଦ୍ଧାର କରାଯାଇଛି। ମହମ୍ମଦ ରାଶିଦ୍ର ମୃତ୍ୟୁ ଯୋଗୁଁ ସ୍ଥାନୀୟଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.