ସାପ କାମୁଡାରେ ନାବାଳକ ଛାତ୍ରର ମୃତ୍ୟୁ

Published By : Prameya-News7 Bureau | June 16, 2019 IST

ରାଇରଙ୍ଗପୁର ୧୬|୬: ସାପ କାମୁଡାରେ ନାବାଳକ ଛାତ୍ରର ମୃତ୍ୟୁ ହୋଇଛି । ମୃତ ଛାତ୍ର ଦାଣ୍ଡବୋଷ ଗ୍ରାମର ମହୁଲଡିହା ସାହିର ଗୋବିନ୍ଦ ହାଁସଦା । ଗୋବିନ୍ଦ ନିଜ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ସାପ କାମୁଡିଥିଲା। ତାକୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଚିକତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ମୃତ ଗୋବିନ୍ଦ ଗୋରୁମହିଷାଣି ସ୍ଥିତ ସାନମୋଉଦା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.