ଚିକିଟି ପାତ୍ରପୁର ବ୍ଲକ୍ ଖଇରା ଗାଁରେ ଗୋଷ୍ଠୀ ସଂଘର୍ଷ : ନାବାଳକର ମୃତ୍ୟୁ, ୫ ଗୁରୁତର

Published By : Prameya-News7 Bureau | May 15, 2019 IST

ଚିକିଟି ୧୫|୫: ଚିକିଟି ପାତ୍ରପୁର ବ୍ଲକ ଖଇରା ଗାଁରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଯେଉଁଥିରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଦୁଇ ଦିନ ପୂର୍ବରୁ ଗାଁରେ ଯାତ୍ରାକୁ ନେଇ ଦୁଇ ଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା । ସେପଟେ ଏହାକୁ ରାଜନୈତିକ ହିଂସା ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବିଜେପି ନେତା । ତେବେ ପୋଲିସ ତଦନ୍ତ ପରେ ଘଟଣା ପଛର ପ୍ରକୃତ କାରଣ ପଦାକୁ ଆସିବ ବୋଲି କୁହାଯାଉଛି ।

{"id":112131}

ଅଶାନ୍ତ ହୋଇ ଉଠିଛି ଚକିଟି ପାତ୍ରପୁର ବ୍ଲକ ଖଇରା ଗାଁ । ଗୋଷ୍ଠୀ ସଂଘର୍ଷରେ ଜଣେ ନାବାଳକର ମୁଣ୍ଡ ଗଡ଼ିଛି । ଗୁରୁତର ଭାବେ ଆହତ ହୋଇଛନ୍ତି ୫ଜଣ । ଗତକାଲି ରାତିରେ ଗାଁର ଗୋଟିଏ ଗୋଷ୍ଠୀ ଭୋଜି ଖାଇ ଫେରୁଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ଆଉ ଗୋଟିଏ ଗୋଷ୍ଠୀ । ଯେଉଁଥିରେ ପବିତ୍ର ପ୍ରଧାନ ନାମକ ଜଣେ ୧୫ବର୍ଷର ନାବାଳକର ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ପବିତ୍ରକୁ ପ୍ରଥମେ ପାତ୍ରପୁର ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ସଙ୍କଟାପନ୍ନ ଅବସ୍ଥାରେ ତାକୁ କଟକ ନିଆଯାଉଥିବା ବେଳେ ବାଟରେ ତା’ର ମୃତ୍ୟୁ ହୋଇଥିବା କୁହାଯାଉଛି । ଦୁଇ ଦିନ ପୂର୍ବରୁ ଗାଁରେ ଯାତ୍ରାକୁ ନେଇ ଉଭୟ ଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା । ତେବେ ରାଜନୈତିକ ଆକ୍ରୋଶ ରଖି ଏଭଳି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

{"id":112133}

ଏହାକୁ ରାଜନୈତିକ ହିଂସା ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବିଜେପି ନେତା । ଏନେଇ ପୂର୍ବରୁ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଗୋଟିଏ ଗୋଷ୍ଠୀ ଏଭଳି ଆକ୍ରମଣ କରିବାକୁ ସୁଯୋଗ ପାଇଲେ ବୋଲି କହିଛନ୍ତି ବିଜେପି ନେତା ମନୋରଞ୍ଜନ ଦ୍ୟାନ୍‌ସାମନ୍ତରାୟ ।ସେପଟେ ଖଇରା ଗାଁରେ ଏସଡିପିଓଙ୍କ ନେତୃତ୍ବରେ କରଡ଼ା ଥାନା ଅଧିକାରୀ ଏବଂ ଏକ ପ୍ଲାଟୁନ୍‌ ପୋଲିସ ଫୋର୍ସ ପହଞ୍ଚି  ସ୍ଥିତି ନିୟନ୍ତ୍ରଣ କରିବା ସହ ତଦନ୍ତ କରୁଛନ୍ତି ।

{"id":112135}

ପୂର୍ବ ଶତ୍ରୁତା ନା ରାଜନୈତିକ ଆକ୍ରୋଶରୁ ଏଭଳି ଗଣ୍ଡଗୋଳ ହୋଇଛି ତାହା ପୋଲିସ ତଦନ୍ତ ପରେ ଜଣାପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.