Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଭୋଜି ଖାଇବା ହେଲା କାଳ : ବିଦ୍ୟୁତ୍ ଆଘାତରେ ନାବାଳକଙ୍କ ମୃତ୍ୟୁ

16/12/2019 at 12:51 PM

କେନ୍ଦୁଝର ୧୬/୧୨:  ଭୋଜି ଖାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ଜଣେ ୧୩ ବର୍ଷ ବୟସ୍କ ନାବାଳକଙ୍କ ମୃତ୍ୟୁ ହୋଇଛି । ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼। ଅଂଚଳରେ । ମୃତ ବାଳକ, ଯୋଡ଼। ହନୁମାନ ହଟିଂ ବାସୀନ୍ଦା ମହାବୀର ପରିଚ୍ଛାଙ୍କ ପୁଅ ବିକି ପରିଚ୍ଛା  ।

 ସୂଚନା ଅନୁଯାୟୀ, ଗତକାଲି ରାତିରେ ଯୋଡ଼। ପୌରପାଳିକାର କଲ୍ୟାଣ ମଣ୍ଡପରେ ଏକ ବିବାହ ଭୋଜି ଚାଲିଥିଲା । ଏହି ସମୟରେ  ହନୁମାନ ହଟିଂ ଅଂଚଳର କିଛି ଛୋଟ ପିଲା ସେଠାକୁ ଭୋଜି ଖାଇବା ଉଦ୍ଦେଶ୍ୟରେ ଯାଇଥିଲେ । ତେବେ ବିକି କଲ୍ୟାଣ ମଣ୍ଡପ ଗେଟ୍ ବାହାରେ ଭୋଜି ଖାଉଥିବା ସମୟରେ ହଠାତ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ ଓ ତାଙ୍କୁ କରେଣ୍ଟ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଏକ ଘରୋଇ ଚିକିତ୍ସାଳୟକୁ ନିଆଯାଇଥିଲା ।ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ଯୋଡ଼। ପୋଲିସ ତଦନ୍ତ ଚଳାଇଛି । କେଉଁ ପରିସ୍ଥିତିରେ ଓ କିପରି ବିକିଙ୍କୁ ବିଦ୍ୟୁତ ଆଘାତ ଲାଗିଲା ଓ ଏଥିରେ କାହାରି ଅବହେଳା ଅଛି ନା ନାହିଁ ସେ ନେଇ ତଦନ୍ତ କରୁଛି ପୋଲିସ ।

   Related Posts