Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାଛ ଧରିବା ପାଇଁ ବିଛାଯାଇଥିବା ଜାଲରେ ପଡି ନାବାଳକଙ୍କ ମୃତ୍ୟୁ

3/09/2019 at 10:30 AM

ଗଞ୍ଜାମ ୩/୯: ମାଛ ଧରିବା ପାଇଁ ବିଛାଯାଇଥିବା ଜାଲରେ ପଡି ନାବାଳକଙ୍କ ମୃତ୍ୟୁ ହୋଇଛି । ସାନଖେମୁଣ୍ଡି ଧରାକୋଟ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା  ଘଟିଛି। ମୃତ ନାବାଳକ କୁସରବା ଗାଁର ଜିତେନ୍ଦ୍ର ଗୌଡ । କେଞ୍ଚୁଆ ନାଳରେ ମାଛ ଧରିବା ପାଇଁ କେହି ଜାଲ ପକାଇଥିଲେ ।

ଜିତେନ୍ଦ୍ର ଶୌଚ ହେବାକୁ ଯାଇଥିବାବେଳେ ଜାଲରେ ଫଶି ଯାଇଥିଲେ । ଜାଲରୁ ବାହାରିବା ପାଇଁ ଚେଷ୍ଟା କରିଥିଲେ ବି ବାହାରି ପାରିନଥିଲେ । ଏ ନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି । 

   Related Posts