ବାଙ୍କୀ ଜଙ୍ଗଲରୁ ଜଣେ ନିଖୋଜ ନାବାଳକଙ୍କ ମୃତଦେହ ଉଦ୍ଧାର : ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ରାସ୍ତାକୁ ଅବରୋଧ କରିଛନ୍ତି ଗ୍ରାମବାସୀ

Published By : Prameya-News7 Bureau | May 13, 2019 IST

ବାଙ୍କୀ ୧୩\୫ : ବାଙ୍କୀ ସୀମାନ୍ତ ଧଳାପଥର ଫାଣ୍ଡି ଅଧିନସ୍ଥ କୋଦୁଅ ବେରେଣି ପାଟଣା ଗ୍ରାମ ଜଙ୍ଗଲରୁ ଜଣେ ନାବାଳକର ମୃତଦେହ ଉଦ୍ଧାର । ମୃତକ ହେଲେ ମୁନା ମହାପାତ୍ର । ଗତ କିଛିଦିନ ହେବ ମୁନା ନିଖୋଜ ଥିଲେ । ଏନେଇ ମୁନାଙ୍କ ବାପା ରବି ମହାପ।ତ୍ର ଧଳାପଥର ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ । ହେଲେ ପୋଲିସ ନିଷ୍କ୍ରିୟ ଯୋଗୁଁ ଆଜି ପୁଅର ଜୀବନ ଯାଇଛି ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି ।

{"id":111334}

ପ୍ରଥମେ ମୃତଦେହକୁ ଗ୍ରାମର କିଛି ଲୋକେ ଦେଖି ତାଙ୍କ ବାପାଙ୍କୁ ଖବର ଦେଇଥିଲେ । ମୁନାକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା । ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଧରିବା ପାଇଁ ଦାବି କରିଛନ୍ତି । ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଆଜି କଳାପଥର ଖୋର୍ଦ୍ଧା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ।

{"id":111335}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.