ପାଠ ନପଢି ମୋବାଇଲ୍‌ରେ ଖେଳୁଥିଲେ ଫ୍ରି ଫାୟାର ଗେମ୍, ଦଶମ ଶ୍ରେଣୀ ଛାତ୍ର ଗୁରୁତର

Published By : Prameya-News7 Bureau | July 28, 2021 IST

ତେଲକୋଇ ୨୮।୭: ମୋବାଇଲରେ ଫ୍ରି ଫାୟାର ଗେମ୍ ଖେଳି ଦଶମ ଶ୍ରେଣୀ ଛାତ୍ର ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଆଖୁପାଳ ଗାଁରେ । କୁଅଁର ଖଣ୍ଡାଙ୍କ ପୁଅ ୧୫ ବର୍ଷୀୟ ଅଗସ୍ତି ଖଣ୍ଡା ମୋନାହାରପୁର ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ପାଠ ପଢୁଥିଲେ ।  

ବାପା କୁଅଁର ଖଣ୍ଡା ପୁଅ ଅନଲାଇନ୍ ରେ ପାଠ ପଢିବ ବୋଲି ସ୍ମାର୍ଟ ଫୋନ୍ କିଣି ଦେଇଥିଲେ । କିନ୍ତୁ ପୁଅ ପାଠ ନପଢି ଫ୍ରି ଫାୟାର ଗେମ୍ ଖେଳି ମାନସିକ ସ୍ଥିତି ହରାଇ ବସିଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ  ପ୍ରଥମେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ସ୍ଥିତି ସଙ୍କଟାପନ୍ନ ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ତୋରାଣି ପୋଖରୀ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.