୧୩ ବର୍ଷର ନାବାଳକକୁ ଘରୁ ଘୋଷାଡି ନେଇ ପେଟକୁ ଭୁଷିଦେଲା ଦନ୍ତା

Published By : Prameya-News7 Bureau | July 18, 2019 IST

କେନ୍ଦୁଝର ୧୮|୭: କେନ୍ଦୁଝରରେ ଗୋଠ ଛଡା ଦନ୍ତାର ଦାଦାଗିରି । ଗତକାଲି ବିଳମ୍ବିତ ରାତିରେ ପୁଣି ଜଣେ ୧୩ ବର୍ଷର ନାବାଳକକୁ ଘରୁ ଘୋଷାଡି ନେଇ ଆକ୍ରମଣ କରି ପେଟକୁ ଦାନ୍ତରେ ଭୁଷି ଗୁରୁତର କରିପକାଇଛି । ଘଟଣାଟି ଘଟିଛି ସଦର ରେଞ୍ଜ କୁସୁମିତାର କସିରା ସାହିରେ ।

{"id":134908}

ସୂଚନା ଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ କୁସୁମିତାର କସିରା ସାହିରେ ୧୩ ବର୍ଷର ରାୟନ ମୁଣ୍ଡା ଘରେ ଶୋଇଥିବା ସମୟରେ ଦନ୍ତା ଆକ୍ରମଣ କରିଥିଲା । ବନ ବିଭାଗ ପକ୍ଷରୁ ଗୁରୁତର ରାୟନକୁ କଟକ ସ୍ଥାନାନ୍ତର କରାଯାଇଛି ।

{"id":134909}

ଏହି ଗୋଠଛଡା ଦନ୍ତା, ଦିନେ ନୁହଁ କି ଦୁଇ ଦିନ ନୁହଁ ଦୀର୍ଘ ଦୁଇମାସ ହେବ ଉପଦ୍ରବ ଚଳାଇଛି । କେନ୍ଦୁଝରର ସଦର, ବିଜେପି ଓ ଚମ୍ପୁଆ ରେଞ୍ଜର ମଧ୍ୟସ୍ଥଳ କୁସୁମିତା, ଶଙ୍କାରୀ, ଜମରଡିହି, ଫୁଲଝର, ରଙ୍ଗାମାଟିଆ ବିରିନ୍ଦା, ଦଅଁଳା, କାଶିଆ, ବଳଭଦ୍ରପୁର, ଅନ୍ଧାରୀ ଖମଣ,କେନ୍ଦୁ ଘଟି ପ୍ରଭୃତି ଗାଁରେ ଉତ୍ପାତ କରି ଆସୁଥିବା ବେଳେ ବନବିଭାଗ, ପୋଲିସର ସହାୟତା ନେଇ ମଧ୍ୟ ତାକୁ ଏହି ଅଞ୍ଚଳରୁ ଘଉଡାଇବା କାଠିକର ପାଠ ହୋଇଛି । ଦୁଇ ମାସ ମଧ୍ୟରେ ଏହି ଗୋଠ ଛଡା ଦନ୍ତା ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ ଘର ଭାଙ୍ଗିବା ସହ ଏକାଧିକ ଲୋକଙ୍କୁ ମରିଲାଣି ।

{"id":134910}

କିଛି ଦିନ ମଧ୍ୟରେ କୁସୁମିତା ଘାଟି ଉପରେ ଥିବା ଶୁକ୍ରା ମୁଣ୍ଡାଙ୍କ ଘରକୁ ପଶି ରୋଷେଇ କରି ରଖିଥିବା ଭାତ ଠାରୁ ଆରମ୍ଭ କରି ଚାଉଳ ସାଇତା ଧାନକୁ ବାହାର କରି ସମ୍ପୂର୍ଣ୍ଣ ଖାଇ ଦେଇ ଥିଲା । ପାଠ ପଢୁଥିବା ଝିଅ ଏବଂ ପଡିଶା ଘର ତିନିଛୁଆ ସେହି ଘରେ ଥିବାବେଳେ ଝରକା ଭାଙ୍ଗିଦେଇ ଧାନଚାଉଳ ଖାଉଥିବା ବେଳେ ଏମାନେ ମୃତ୍ୟୁ ମୁଖରୁ ବଞ୍ଚିବା ପାଇଁ ପାଖରେ ଥିବା ଗଛରେ ଚଢି ଯାଇଥିଲେ ।

{"id":134911}

ସେହିଭଳି ନିକଟରେ ଅଲେଖ ପ୍ରଧାନଙ୍କର ଘର କବାଟକୁ ଭାଙ୍ଗି ବିହନଧାନ ବସ୍ତାକୁ ଆଣି ଖାଇଯିବା ଦେଖିବାକୁ ମିଳିଛି । ସେହିପରି ଗାଁ ମୁଣ୍ଡରେ ଥିବା କୀର୍ତ୍ତନ ଦେହୁରୀଙ୍କ ଝାଟିମାଟି କୁଟୀରକୁ ଭାଙ୍ଗିଦେଇଥିବା ବେଳେ ସମସ୍ତ ଆସବାବପତ୍ରକୁ ଦଳି ନଷ୍ଟ କରିଦେଇଛି । ଘର ପାଖରେ ମଞ୍ଚା ଥିବାରୁ ସେ ମଞ୍ଚାରେ ଚଢି ନିଜ ଜୀବନ ବଞ୍ଚାଇଛନ୍ତି ବୋଲି କହିଛନ୍ତି । ବନ ବିଭାଗ ରାତିରେ ପହଞ୍ଚିଥିଲେ ହେଁ ଦନ୍ତାକୁ ଠାବ କରିବାରେ ବିଫଳ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.