ନାବାଳକର ମୁଣ୍ଡକୁ ପଥରରେ ଛେଚି ଚୋରି କଲା ଛେଳି : ରାଜସ୍ଥାନରେ ୩୫୦୦ଟଙ୍କାରେ ବିକିଲା ଅଭିଯୁକ୍ତ ଯୁବକ

Published By : Prameya-News7 Bureau | November 17, 2020 IST

ମନ୍ଦସୌର ୧୭/୧୧: ମଧ୍ୟପ୍ରଦେଶର ମନ୍ଦସୌରରେ ଜଣେ ୧୨ବର୍ଷର ନାବାଳକର ନୃଶଂସଭାବେ ହତ୍ୟା ଘଟଣା ସାମନାକୁ ଆସିଛି। ଜଣେ ଯୁବକ ଛେଳି ଚୋରି କରିବା ଉଦ୍ଦେଶ୍ୟରେ ବାଳକଟିର ତଣ୍ଟି ଚିପି ଦେଇଥିଲା। ନାବାଳକ ବେହୋଶ ହୋଇଯିବା ପରେ ଯୁବକ ତା ମୁଣ୍ଡରେ ପଥର ଛେଚି ହତ୍ୟା କରିଥିଲା ଏବଂ ଛେଳି ନେଇ ଯାଇଥିଲା। ଏହା ପରେ ରାଜସ୍ଥାନର ଗେଲାନା ଗାଁରେ କଂସେଇକୁ ୩୫୦୦ଟଙ୍କାରେ ବିକି ଦେଇଥିଲା।

  ମନ୍ଦସୌରର ଶାମଗଢ଼ ଥାନା ଅଞ୍ଚଳର ଢ଼ାବଲା ଗାଁରେ ୧୨ବର୍ଷର କାଲୁ ଛେଳି ଚରାଉଥିଲା। ସଞ୍ଜୟ ଏବଂ ନିର୍ମଳ ନାମକ ୨ଜଣ ଯୁବକ କାଲୁ ଉପରେ ୨ଦିନ ହେବ ଜଙ୍ଗଲରେ ନଜର ରଖିଥିଲେ।ଦିନେ ସଞ୍ଜୟ ତାକୁ ଛେଳି ଚରାଉଥିବାର ଦେଖିଥିଲା।ଛେଳିପଲରୁ ସେ ଗୋଟିଏ ଛେଳି ନେଇ ଯିବାକୁ ଉଦ୍ୟମ କରିଥିଲା। କାଲୁ ସଞ୍ଜୟକୁ ବିରୋଧ କରିବାରୁ ସେ ତାର ତଣ୍ଟି ଚିପି ଦେଇଥିଲା। ଏହା ପରେ କାଲୁ ବେହୋଶ ହୋଇଯାଇଥିଲା। ଏହା ପରେ ସଞ୍ଜୟ ଏକ ବଡ଼ ପଥରରେ କାଲୁର ମୁଣ୍ଡକୁ ଛେଚି ଦେଇଥିଲା।

ପୋଲିସର କହିବା ଅନୁସାରେ ସୂଚନା ମିଳିଥିଲା ଯେ ଢ଼ାବଲା ଗୁର୍ଜର ଗାଁରେ ଏକ ନାବାଳକର ମୃତଦେହ ମିଳିଛି। ତ ମୁଣ୍ଡକୁ ପଥରରେ ଛେଚାଯାଇଛି। ହତ୍ୟା ସହ ଅନ୍ୟ ଧାରାରେ ୪ଜଣଙ୍କୁ ଅଭିଯୁକ୍ତ ସାବ୍ୟସ୍ତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.