ମା'ଙ୍କୁ ଦୁଷ୍କର୍ମକାରୀ ଠାରୁ ରକ୍ଷା କରିଥିବା ନାବାଳକ ଶେଷରେ ହାରିଗଲା ଜୀବନର ସଂଗ୍ରାମ

Published By : Prameya-News7 Bureau | December 07, 2018 IST

ନିଜ ମା'ଙ୍କୁ ଦୁଷ୍କର୍ମକାରୀ ଠାରୁ ରକ୍ଷା କରିଥିବା ନାବାଳକର ୧୯ ମାସ ପରେ ମୃତ୍ୟୁ ହୋଇଯାଇଛି | ମା'ଙ୍କୁ ରକ୍ଷା କରିବାବେଳେ ଦୁଷ୍କର୍ମକାରୀ ସହ ଲଢ଼ିବାବେଳେ ନାବାଳକର ମୁଣ୍ଡରେ ଆଘାତ ଲାଗିଥିଲା | ଘଟଣା ଘଟିଛି ରୁଷରେ | ଘଟଣା ବେଳେ ନାବାଳକ କ୍ରେପିବିନର ବୟସ ଥିଲା ମାତ୍ର ୧୫ ବର୍ଷ | ପ୍ରତିଦିନ ଭଳି ସେଦିନ ମଧ୍ୟ ସେ ସ୍କୁଲକୁ ଯାଇଥିଲେ | ସେ ଯେତେବେଳେ ସ୍କୁଲରୁ ଘରକୁ ଫେରିଲେ ଦେଖିଲେ ଯେ, ତାଙ୍କ ପଡୋଶୀ ରୋମାନ ପ୍ରନିନ ଭୁତ ଜୋରରେ ପାଟି କରୁଥିଲେ ଏବଂ ତାଙ୍କ ମା' ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ |


ରୋମାନ ପୂର୍ବରୁ ମଧ୍ୟ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା | ରୋମାନ ପଡୋଶୀରେ ରହୁଥିବା ମହିଳାଙ୍କ ସହ ଜୋସ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ପାଇଁ ଧମକାଉଥିଲା | ୧୫ ବର୍ଷୀୟ ନାବାଳକ ବେନ୍ୟା ସ୍କୁଲରୁ ଘରକୁ ଫେରି ଦେଖିଲା ଯେ, ରୋମାନ ତାଙ୍କ ମା'ଙ୍କୁ ଏକ ଛୁରୀରେ ଆକ୍ରମଣ କରୁଥିଲା | ନିଜ ମା'ଙ୍କୁ ରକ୍ଷା କରିବା ପାଇଁ ବେନ୍ୟା ୩ କେଜି ଓଜନର ଏକ ଡ଼ମ୍ବବେଲ ଆଣି ରୋମାନକୁ ଆକ୍ରମଣ କରିଥିଲେ | କିନ୍ତୁ ରୋମାନ ସେହି ଡ଼ମ୍ବବେଲରେ ବେନ୍ୟାଙ୍କ ମୁଣ୍ଡରେ ଆଘାତ ଦେଇଥିଲା | ଫଳରେ ବେନ୍ୟା ଚେତାଶୂନ୍ୟ ହୋଇଯାଇଥିଲେ | ପାଟିତୁଣ୍ଡ ଶୁଣି ପଡୋଶୀ ପୋଲିସ ଖବର ଦେଇଥିଲେ | ପୋଲିସ ଆସିବ ପୂର୍ବରୁ ମା ପୁଅ ମରିଯାଇଥିବା ଭାବି ରୋମାନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା |

{"id":61794,"width":576,"height":411}


ବେନ୍ୟା ଏବଂ ତାଙ୍କ ମା'ଙ୍କୁ ପୋଲିସ ରକ୍ତାକ୍ତ ଅବସ୍ଥାରେ ଘରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା | ଘଟଣା ପରେ ବେନ୍ୟା ୯ ମାସ ପର୍ଯ୍ୟନ୍ତ କୋମା ଅବସ୍ଥାରେ ଥିଲେ | ତାଙ୍କ ମା'ଙ୍କର ୨୭ ଟି ଜାଗାରେ ଆଘାତ ଚିହ୍ନ ଥିଲା | ଘଟଣା ପରେ ବେନ୍ୟାଙ୍କ ମାଙ୍କୁ ଗଭୀର ଆଘାତ ପହଞ୍ଚିଥିଲା | ହସ୍ପିଟାଲରୁ ବାହାରିଲା ପରେ ସେ ଦିନକୁ ଦୁଇଥର ନିଜ ପୁଅକୁ ଦେଖିବାକୁ ଯାଇଥିଲେ | ବେନ୍ୟାଙ୍କ ମସ୍ତିସ୍କରେ ଗଭୀର ଆଘାତ ବାଜିଥିଲା | ତାଙ୍କ ମସ୍ତିସ୍କର ପ୍ରାୟ ସମସ୍ତ ହାଡ ଭାଙ୍ଗି ଯାଇଥିଲା | ବେନ୍ୟାଙ୍କ ଚିକିତ୍ସା ପାଇଁ ବହୁତ ଅର୍ଥ ମଧ୍ୟ ଯୋଗାଡ଼ କରିବାକୁ ପଡିଥିଲା ତାଙ୍କ ମା'ଙ୍କୁ | ବର୍ଷେ ପରେ ସେ ଚେତା ଫେରି ପାଇଥିଲେ | ଧୀରେ ଧୀରେ ସେ ଠିକ ହେଉଥିଲେ | ହଠାତ ଗତ ଅକ୍ଟୋବର ମାସରେ ତାଙ୍କୁ ଫ୍ଲୁ ହୋଇଗଲା | ଯାହାଫଳରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ଖରାପ ହୋଇଗଲା | ବହୁ ଦିନ ଧରି ଜୀବନ ସହ ସଂଗ୍ରାମ କରିବା ପରେ ମଙ୍ଗଳବାର ଦିନ ତାଙ୍କର ମୃତ୍ୟୁ ହୋଇଯାଇଥିଲା |

{"id":61796,"width":587,"height":391}


୩୭ ବର୍ଷ ବୟସ୍କ ଅଭିଯୁକ୍ତକୁ ୧୪ ବର୍ଷ ସଜା ହୋଇଥିଲା | କିନ୍ତୁ ବେନ୍ୟାଙ୍କ ମୃତ୍ୟୁ ପରେ ଅଭିଯୁକ୍ତ ଉପରେ ହତ୍ୟା ମାମଲା ମଧ୍ୟ ଦାଏର ହୋଇଛି | ତେବେ ଜଣେ ଜେଲ ଫେରନ୍ତା ହତ୍ୟାକାରୀକୁ ସେହି ଅଂଚଳରେ ରହିବ ପାଇଁ ଅନୁମତି କିଏ ଦେଇଥିଲା ସେନେଇ ଏବେ ତଦନ୍ତ ଚାଲିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.