Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ସରପଞ୍ଚଙ୍କ ସ୍ବାମୀଙ୍କ ମାଡରେ ନାବାଳକ ଆହତ ଅଭିଯୋଗ

9/06/2020 at 7:20 AM

ସୋର ୯।୬: ସରପଞ୍ଚଙ୍କ ସ୍ବାମୀଙ୍କ ମାଡରେ ନାବାଳକ ଆହତ । ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଜାମୁଝାଡି ପଞ୍ଚାୟତରେ ସରପଞ୍ଚଙ୍କ ସ୍ବାମୀ ଜଗବନ୍ଧୁ ଦାସ ଏକ ପାଇପ୍ ଯୋଗେ ଜଣେ ନାବାଳକକୁ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି । ନାବାଳକଙ୍କ ମା’ ଅନ୍ନପୂର୍ଣ୍ଣା ଦାସ ଏ ନେଇ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ସରପଞ୍ଚଙ୍କ ଘରୁ ଟଙ୍କା ଚୋରି ହୋଇଥିଲା । ଏହି ନାବାଳକ ଜଣଙ୍କ ଟଙ୍କା ଚୋରି କରିଥିବା ସନ୍ଦେହ କରି ତାକୁ ଇଲେକ୍ଟ୍ରି ପାଇପ୍‌ରେ ମାଡ ମାରିଥିଲେ ସରପଞ୍ଚଙ୍କ ସ୍ବାମୀ । ମାଡରେ ନାବାଳକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ଜଣାପଡିଛି ।

ସିମୁଳିଆ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ନାବାଳକଙ୍କ ପ୍ରତି ଏଭଳି ଅମାନୁଷିକ ଭାବେ ମାଡ ହୋଇଥିବା ନେଇ ବିଭନ୍ନ ମହଲରେ ନିନ୍ଦା କରାଯାଇଛି । ଏହାସହ ଦୋଷୀକୁ ଉଚିତ୍ ଦଣ୍ଡ ମିଳିବା ଦାବି ହେଉଛି ।

   Related Posts